ହାତୀ ମାରି ପୋଡ଼ି ଦେବା ଘଟଣାରେ ପୁଣି ୪ ଗିରଫ

ରାଉରକେଲା: ହାତୀ ମାରି ପୋଡ଼ି ଦେବା ଘଟଣାରେ ବୁଧବାର ରାଜଗାଙ୍ଗପୁର ପୁଲିସ୍‌ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ହାତୀ ମାରି ପୋଡ଼ି ଦେବା ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନେ ହେଉଛନ୍ତି ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ସୋନାଖଣ୍ଡିସ୍ଥିତ ମଲାରପଡ଼ାର ବାସିନ୍ଦା ସାଧୁ ଏକା, ସୁରେନ୍ଦ୍ର ମିଞ୍ଜ୍‌, ମଲ୍ଲାର ଏକା, ପ୍ରଫୁଲ୍ଲ କେରକେଟା। ପୁଲିସ୍‌ ସେମାନଙ୍କୁ ଧରି ପଚରାଉଚରା ଆରମ୍ଭ କରିଛି। ପୂର୍ବରୁ ହାତୀ ମରା ଘଟଣାର ମୁଖ୍ୟ ଅଭିଯୁକ୍ତ ହରମୋହନ କେରକେଟା ଗିରଫ ହୋଇ ସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୧୫ ତାରିଖ ସଂଧ୍ୟାରେ କିଛି ହାତୀ ସଂପୃକ୍ତ ଅଞ୍ଚଳର ଧାନ ବିଲରେ ପଶି ବହୁ ଫସଲ ନଷ୍ଟ କରିବା ପରେ ଫସଲ ମାଲିକ ଚିନ୍ତାର ପଡ଼ି ଏହାର ସମାଧାନ ବାଟ ଖୋଜିଥିଲେ। ତା’ପରେ ସେମାନେ ଏକଜୁଟ ଧାନ ବିଲରେ ବିଦ୍ୟୂତ୍‌ ତାର ଖଞ୍ଜି ଦେଇଥିଲେ। ହାତୀ ବିଲରେ ପଶିବା ମାତ୍ରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ତା’ର ମୃତ୍ୟୁ ଘଟିଥିଲା। ୧୬ ତାରିଖ ଦିନ ସେମାନେ ମିଶି ହାତୀଟିକୁ ପୋଡ଼ି ଦେଇଥିଲେ। ଘଟଣାର ତଦନ୍ତ କରିବା ପାଇଁ ରାଜଗାଙ୍ଗପୁର ରେଞ୍ଜର ପହଞ୍ଚି ଘଟଣାସ୍ଥଳ ବୁଲି ଦେଖିଥିଲେ। ସେହିଦିନ ମୁଖ୍ୟ ଅଭିଯୁକ୍ତ ହରମୋହନ କେରକେଟା ପୁଲିସ୍‌ ହାତରେ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର