ରାଉରକେଲା: ବାଲି ଉଠାଣକୁ କେନ୍ଦ୍ର କରି ରବିବାର ସନ୍ଧ୍ୟାରେ କୋଏଲ ନଦୀର ତେତେଲକେଲା ଘାଟରେ ଗୁଳିକାଣ୍ଡ ହୋଇଛି। ବିସ୍ରା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ ୩ ଜଣ ଯୁବକ ବାଇକ୍ରେ ଆସି ଭରତ ମହାତ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ଛାତିରେ ଗୁଳି ବାଜି ଥିବାରୁ ଭରତଙ୍କୁ ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଭର୍ତ୍ତି କରାଯାଇଛି।