ମାଲଗାଡ଼ିରୁ ବିପୁଳ ଜାଲେଣି କାଠ ଜବତ: ୧ ଗିରଫ

ରାଉରକେଲା: ରାଉରକେଲା ବନ ବିଭାଗ ଗତକାଲି ବିଳମ୍ବିତ ରାତିରେ ବନ୍ଧମୁଣ୍ଡା କୋଇଲା ଗେଟ୍‌ ନିକଟରେ ଛିଡା ହୋଇଥିବା ମାଲଗାଡ଼ି ଉପରେ ଚଢ଼ଉ କରି ୧୩୦୦ ବଣ୍ଡଲ ଜାଳେଣୀ କାଠ ଜବତ ସହ ଜଣେ ଚାଲାଣକାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଝାଡଖଣ୍ଡ ମନୋହରପୁରର ଶିବ ସିଂହ (୨୮)। ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ରାଉରକେଲା ଅତିରିକ୍ତ ବନ୍ୟ ସଂରକ୍ଷକ ଦିଲୀପ କୁମାର ସାହୁ କହିଛନ୍ତି। ତାଙ୍କ କହିବାନୁଯାୟୀ ଗତକାଲି ରାତିରେ ଶିବ ସିଂହ ମନୋହରପୁର ଅଞ୍ଚଳରୁ ୧୩୦୦ ବଣ୍ଡଲ ଚୋରା କାଠ ବୋଝେଇ କରି ରାଉରକେଲା ଆସୁଥିବା ବନ ବିଭାଗକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ବନ କର୍ମଚାରୀ ମାଲଗାଡ଼ି ଉପରେ ଚଢ଼ଉ କରିଥିଲେ।

ସମ୍ବନ୍ଧିତ ଖବର