ଯୁବତୀଙ୍କୁ ଗର୍ଭବତୀ କରି ଯୁବକ ଫେରାର, ଥାନାରେ ଏତଲା

ହେମଗିର: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ସ୍ଥାପନ କରିବା ଏବଂ ଗର୍ଭବତୀ ହେବାପରେ ଯୁବତୀଙ୍କୁ ଛାଡି ପଳାଇଯିବା ସଂପର୍କରେ ହେମଗିର ଥାନାରେ ଆଜି ଏକ ଅଭିଯୋଗ ହୋଇଛି। କନକତୋରା ଗ୍ରାମର ଜନୈକା ୨୧ ବର୍ଷିୟା ଯୁବତୀ ଏହି ପ୍ରେମ ପ୍ରତାରଣାର ଶିକାର ହୋଇଛନ୍ତି। ଏ ସଂପର୍କରେ ସେ ହେମଗିର ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ଯୁବତୀଙ୍କ ଅଭିଯୋଗ ଅନୁସାରେ କନକତୋରା ଗ୍ରାମର ଛାଲୁ ମାଝି(୨୫) ଗତ ତିନି ବର୍ଷରୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖି ଆସୁଥିଲେ। ଏହା ମଧ୍ୟରେ ଯୁବତୀ ଜଣଙ୍କ ତିନି ମାସର ଗର୍ଭବତୀ ହେବାରୁ ସେ ଛାଲୁକୁ ବିବାହ ପାଇଁ କହିଆସୁଥିଲେ ହେଁ ବିଭିନ୍ନ ଆଳ ଦେଖାଇ ଛାଲୁ ମାଝି ଏହାକୁ ଆଡେଇ ଦେଉଥିଲେ। ଏ ସଂପର୍କରେ ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଛାଲୁ ତାଙ୍କୁ ଧମକ ଚମକ ଦେଇ ଗତ ଏମାସ ହେବ କୁଆଡେ ଫେରାର ହୋଇଯାଇଛି। ଶେଷରେ ନ୍ୟାୟ ପାଇଁ ଯୁବତୀଜଣଙ୍କ ହେମଗିର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ତନାଘନା ଚଳାଇଛି।

ସମ୍ବନ୍ଧିତ ଖବର