ମହୁମାଛି ଆକ୍ରମଣରେ ୪ ଛାତ୍ର ଆହତ

ବଡ଼ଗାଁ: ବଡ଼ଗାଁ ହାଇସ୍କୁଲ ପରିସର ବୟେଜ୍‌ ହଷ୍ଟେଲରେ ମହୁମାଛିଙ୍କ ଆକ୍ରମଣରେ ୪ଜଣ ଅନ୍ତେବାସୀଙ୍କ ଅବସ୍ଥା ଗୁରୁତର ହୋଇଛି। ସେମାନଙ୍କୁ ଉଦ୍ଧାର କରି ବଡ଼ଗାଁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଆଜି ସକାଳେ ଛାତ୍ରାବାସର ଚୂଡାମଣି ନେଟି, ଡିଲେଶ୍ୱର କିସାନ, ଭାଗୀରଥି ଭୋଇ, ଅଜୟ ମାଝି ପ୍ରମୁଖ ଅନ୍ତେବାସୀ ଉପର ମହଲାର ଗାଧୁଆ ଘର କୁ ଗାଧୋଇବାକୁ ଯାଇଥିବାବେଳେ ନିକଟରେ ଥିବା ମହୁଫେଣାରୁ ଅଚାନକ ଶହ ଶହ ମହୁମାଛି ଉଡ଼ି ଆସି ସେଠାରେ ଥିବା ଅନ୍ତେବାସୀମାନଙ୍କୁ ଆକ୍ରମଣ କରିଥିଲା। ଅନ୍ୟ ପିଲାମାନେ ଭୟରେ ରୁମ୍‌ କବାଟ ବନ୍ଦ କରି ଦେଇଥିଲେ। ତେବେ ଗାଧୋଇବାକୁ ଯାଇଥିବା ୪ଜଣ ଅନ୍ତେବାସୀ ମହୁମାଛି କବଳରୁ ବର୍ତ୍ତି ନଥିଲେ। କୌଣସି ପ୍ରକାରେ ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର