ରାଉରକେଲା: ଜବାଘାଟବାସୀଙ୍କୁ ଘାରିଲା ସୁଡ଼ଙ୍ଗ ଭୟ, ୨୪ ଘଣ୍ଟା ଭିତରେ ଦ୍ୱିତୀୟ ସୁଡ଼ଙ୍ଗ ଆବିଷ୍କାର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ତହସିଲ ଅନ୍ତର୍ଗତ ଜବାଘାଟ ଗାଁରେ ବିଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ସୁଡ଼ଙ୍ଗର ଆବିଷ୍କାର ହୋଇଥିବା ଜଣାପଡ଼ିଛି। ଏହି ଗାଁରେ ସୋମବାର ସକାଳେ ମହେଶ୍ୱର ମୁଣ୍ଡାରୀଙ୍କ ଘର ବାଡ଼ିପଟେ ଥିବା ଜମି ଧସି ଯିବାରୁ ଏକ ୩୦ ଫୁଟ୍‌ର ଗାତ ସୃଷ୍ଟି ହୋଇଥିଲା। ପରେ ଗାଁଲୋକେ ଏହି ଗାତ ଭିତରକୁ ପ୍ରବେଶ କରି ସୁଡ଼ଙ୍ଗକୁ ଆବିଷ୍କାର କରିଥିଲେ। ଏହି ସୁଡ଼ଙ୍ଗ ମଙ୍ଗଳବାର ଚାରିଆଡେ ଜଣାପଡ଼ିବା ପରେ ସ୍ଥାନୀୟ ତହସିଲଦାର ନିବେଦିତା ପ୍ରଧାନ ଓ ଜଗଦା ରାଜସ୍ୱ ନୀରିକ୍ଷକ ରାମ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସେମାନେ ତଦନ୍ତରେ ବିଫଳ ହେବା ପରେ ରାଉରକେଲାସ୍ଥିତ ସାଇଣ୍ଟିଫିକ୍‌ ଟିମ୍‌କୁ ସୂଚନା ଦେଇଥିଲେ।

ଜବାଘାଟରେ ବୁଧବାର ଦ୍ୱିତୀୟ ସୁଡ଼ଙ୍ଗ ଆବିଷ୍କାର ହେବା ପରେ ସ୍ଥାନୀୟ ଲୋକେ ଅଧିକ ଭୟଭୀତ ହୋଇ ଯାଇଛନ୍ତି। ରାଉରକେଲା ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ଯବାଘାଟ ଗାଁକୁ ଆପପାଖ ଗାଁଲୋକଙ୍କର ସୁଅ ଛୁଟିଛି। ଜବାଘାଟ ଗାଁର ମହେଶ୍ୱରଙ୍କ ବାଡ଼ିପଟେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଗାଁ ଲୋକଙ୍କ କହିବା ଅନୁସାରେ ୪/୫ ଦିନ ଲଗାଣ ବର୍ଷା ହେବା ଫଳରେ ମାଟି ଦବି ଯାଇଥିଲା। ଫଳରେ ଗାତ ସୃଷ୍ଟି ହୋଇଛି। ସୁଡ଼ଙ୍ଗର ଅନୁଧ୍ୟାନ କରିବା ପାଇଁ ଗୁରୁବାର ଭୂ-ତତ୍ତ୍ୱ ଟିମ୍‌ ଆସିବେ ବୋଲି ପାନପୋଷ ଉପ-ଜିଲ୍ଲାପାଳ ବିଶ୍ୱଜୀତ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର