ରାଉରକେଲା: ଡମ୍ପର ଧକ୍କାରେ ମହିଳା ବିଜେଡି ଢେଙ୍କାନାଳ ସଭାନେତ୍ରୀ ତଥା କାଇମାଟି ସରପଞ୍ଚ ମିତାଞ୍ଜଳି ସ୍ୱାଇଁଙ୍କର ମୃତ୍ୟୁ

ରାଉରକେଲା: ମହିଳା ବିଜେଡି ଢେଙ୍କାନାଳ ଜିଲ୍ଲା ସଭାନେତ୍ରୀ ତଥା କାଇମାଟି ସରପଞ୍ଚ ମିତାଞ୍ଜଳି ସ୍ୱାଇଁଙ୍କର ଗତକାଲି ବିଳମ୍ବିତ ରାତିରେ ରାଉରକେଲା ଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମିତାଞ୍ଜଳିଙ୍କ ବାପାମାଆ ମଧ୍ୟ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ସୂଚନାଯୋଗ୍ୟ ଯେ ମିତାଞ୍ଜଳିଙ୍କ ନିଜ ଘର ରାଉରକେଲା ସାରନଗରୀରେ। ସେ କାଇମାଟି ଠାରେ ବିବାହ କରିଥିଲେ।ପରେ ଗତ ପଞ୍ଚାୟତ ନିର୍ବାଚନରେ ଏଠାରୁ ସରପଞ୍ଚ ଭାବେ ବିଜୟୀ ହେବା ସହିତ ବିଜେଡି ମହିଳା ଢେଙ୍କାନାଳ ଜିଲ୍ଲା ସଭାନେତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି କାଇମାଟି ଆସିଥିିବା ତାଙ୍କ ବାପା ମାଆଙ୍କୁ ଛାଡ଼ିବାକୁ ମିତାଞ୍ଜଳି ରାଉରକେଲା ଯାଇଥିିଲେ। ରାଉରକେଲା ଷ୍ଟେସନରୁ ଏକ ଅଟୋରେ ସାରନଗରୀକୁ ଯାଉଥିବା ବେଳେ ଦେଓଗାଁ ସ୍ଲାଗ୍‌ ଗେଟ ନିକଟରେ ଏକ ଡମ୍ପର ସେମାନଙ୍କ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମିତାଞ୍ଜଳିଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର