ପିସ୍ତଲ ଦେଖାଇ ୭.୮ ଲକ୍ଷ ଲୁଟ୍‌

ରାଜଗାଙ୍ଗପୁର : ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ ଓ୍ଵ’ର ରାଜଗାଙ୍ଗପୁର ନିକଟସ୍ଥ ଲାଇଙ୍ଗ ଟୋଲ୍‌ ପ୍ଲାଜା କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ସନ୍ଦିଗ୍ଧ ଦୁର୍ବୃତ୍ତମାନେ ୭ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍‌ କରି ଚମ୍ପଟ ମାରିଛନ୍ତି। ଲୁଟ୍‌ରେ ଟୋଲ୍‌ ପ୍ଲାଜା କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରି କାର୍ଯ୍ୟରତ ଜଣେ ସୁରକ୍ଷା କର୍ମୀକୁ ରାଜଗାଙ୍ଗପୁର ପୁଲିସ୍‌ ଅଟକ ରଖି ଜେରା କରୁଛନ୍ତି। ଅନ୍ୟପକ୍ଷରେ ଲୁଟେରାମାନେ ଯେପରି ଖସି ନଯାଆନ୍ତି, ସେଥି ପାଇଁ ଝାଡ଼ଖଣ୍ଡ ସୀମା ସମେତ ଅନ୍ୟାନ୍ୟ ରାସ୍ତାକୁ ସିଲ୍‌ କରି ପୁଲିସ୍‌ ତଦନ୍ତ ଜାରି ରଖିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଆଜି ଦିନ ପ୍ରାୟ ୧୧ଟା ବେଳେ ଲାଇଙ୍ଗ ଟୋଲ୍‌ ପ୍ଲାଜାର କର୍ମଚାରୀ ଜନ୍‌ ବିନୟ ଲାକ୍ରା ଓ ଜଣେ ସହକର୍ମୀ ଟୋଲ୍‌ ପ୍ଲାଜାରେ ଅସୁଲ ହୋଇଥିବା ୭ ଲକ୍ଷ ୮୦ ହଜାର ଟଙ୍କା ନେଇ ଯାଉଥିବା ସମୟରେ ଲୁଟ୍‌ର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର