ରାଉରକେଲା: ପୁଲିସ ପରିଚୟ ଦେଇ ମହିଳାଙ୍କଠୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ ଅଭିଯୋଗ

ରାଉରକେଲା: ବିଶ୍ରାଧର ରୋଡ଼ରେ ଶୁକ୍ରବାର ଜଣେ ମହିଳାଙ୍କଠୁ ଲୁଟ ହୋଇଛି । ନକଲି ପୁଲିସ ସାଜି ଦୁଇ ଜଣ ଯୁବକ ମହିଳାଙ୍କ ଠାରୁ ଲୁଟି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ହେଲେ ରାଜକୁମାରୀ ମିତ୍ତଲ। ଏନେଇ ରାଜକୁମାରୀ ଥାନାରେ ଅଭିଯୋଗ କରିବାପରେ ଉଦିତ ନଗର ପୁଲିସ ତଦନ୍ତ ଆରମ୍ଭ କରିଛି ପୁଲିସ।

ସୂଚନାନୂଯାୟୀ, ମହିଳା ଜଣଙ୍କ ଘରୁ ବାହାରି ଗୁଜୁରାଟୀ ଭବନ ଅନୁଷ୍ଠିତ ସତ୍‌ସଙ୍ଗରେ ଯୋଗଦେବାକୁ ଯାଉଥିଲେ। ରାସ୍ତାରେ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ନକଲି ପୁଲିସ ସାଜି ମହିଳାଙ୍କୁ ଅଟକାଇ ଥିଲେ। ଏହାପରେ ସେମାନେ କହିଥିଲେ, ଯେ ଗହଣା ପିନ୍ଧି ଜଣେ ମହିଳା ରାସ୍ତାରେ ଯାଉଥିବା ସମୟରେ ତାଙ୍କଠାରୁ ଲୁଟ ପରେ ହତ୍ୟା କରାଯାଇଥିଲା। ତେଣୁ ପୁଲିସ ଗହଣା ପିନ୍ଧିବା ଉପରେ ରୋକ ଲଗାଇଛି। ଏହା କହିବା ପରେ ନକଲି ପୁଲିସ ଟିମ ତାଙ୍କ ସୁନା ଗହଣା ଖୋଲି ନେଇ ଏକ କାଗଜରେ ପୂର୍ବରୁ ଗୁଡାଯାଇଥିବା କିଛି ତାର ଦେଇ ସୁନା ରଖିଥିବା କହିଥିଲେ। ମହିଳା ଜଣଙ୍କ କାଗଜ ଖୋଲିବା ବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।

୨ ମାସ ପୂର୍ବରୁ ହୋଇଥିଲା ଏମିତି ଲୁଟ୍‌

ତେବେ ୨ ମାସ ପୂର୍ବରୁ ହରିୟାଣା ଭବନ ପାଖରେ ମଧ୍ୟ ଏକ ମହିଳାକୁ ପୁଲିସ କହି ତାର ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ କରିଥିଲେ। ଏହି ଘଟଣା ବାରମ୍ବାର ଘଟିବା ଫଳରେ ଲୋକେ ସତର୍କ ହେଉନାହାନ୍ତି କି ନକଲି ପୁଲିସ ସାଜି ସହରରେ ଲୁଟ କରୁଥିବା ଗ୍ୟାଙ୍ଗକୁ ଧରିବାରେ ସଫଳ ହେଉନି ପୁଲିସ।

ସମ୍ବନ୍ଧିତ ଖବର