ଟ୍ରେନରେ ବ୍ୟାଙ୍କ ଅଫିସରଙ୍କୁ ଲୁଟ୍‌: ୧୫ହଜାର ଟଙ୍କା, ଏଟିଏମ୍‌ ନେଇଗଲେ

ରାଉରକେଲା : ଇସ୍ପାତ ଏକ୍ସପ୍ରେସରେ ପରିବାର ସହ ବଲାଙ୍ଗୀରରୁ ରାଉରକେଲା ଫେରୁଥିବା ବ୍ୟାଙ୍କ ଅଧିକାରୀ ବ୍ରହ୍ମଦତ୍ତ ଦ୍ୱିବେଦୀ ଲୁଟ୍‌ର ଶିକାର ହୋଇଛନ୍ତି। ପାନପୋଷ- ରାଉରକେଲା ଷ୍ଟେସନ ମଝିରେ ଲୁଟେରାମାନେ ତାଙ୍କ ପକେଟରୁ ମନିପର୍ସ ସହ ନଗଦ ୧୫ ହଜାର ଟଙ୍କା, ଦୁଇଟି ଏଟିଏମ୍‌ ଡେବିଟ୍‌ କାର୍ଡ, ଦୁଇଟି କ୍ରେଡିଟ୍‌ କାର୍ଡ, ପାନ, ଆଧାର କାର୍ଡ, ଗାଡ଼ି କାଗଜପତ୍ର ଲୁଟି ନେଇଛନ୍ତି। ଏ ନେଇ ବ୍ରହ୍ମଦତ୍ତ ରାଉରକେଲା ରେଳବାଇ ଥାନାରେ ଲିଖିତ ଏତଲା ଦେଇଛନ୍ତି। ତାଙ୍କ ଲିଖିତ ଏତଲା ଆଧାରରେ ରେଳବାଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର