ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓବାଦୀ

ରାଉରକେଲା: ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ରାଉରକେଲା ଏସ୍‌ପି କେ ଶିବ ସୁବ୍ରମଣିଙ୍କ ଠାରେ ଆତ୍ମସମର୍ପଣ କରିଥିବା ଶନିବାର ଜଣାପଡ଼ିଛି। ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲା ମଙ୍ଗଲ ସିଂ ମୁଣ୍ଡା ଓରଫ ଅଲିନ୍ଦର ବୋଲି ରାଉରକେଲା ଏସ୍‌ପି ସୁବ୍ରମଣି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲାର ତାମଡ ଥାନା ଅନ୍ତର୍ଗତ ବାଗୋଇ ଗ୍ରାମର ମଙ୍ଗଳ ୮ ବର୍ଷ ବୟସରୁ ମଙ୍ଗଲ ମାଓବାଦୀ ଗୋଷ୍ଠୀରେ ୨୦୦୭ ମସିହାରେ ଯୋଗଦେଇଥିଲା।

ରାଉରକେଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଏସ୍‌ପି କହିଛନ୍ତି, ମାଓବାଦୀ ସଂଗଠନରେ ଯୋଗଦେବା ପୂର୍ବରୁ ମଙ୍ଗଳକୁ କିଶୋର ନାଁରେ ଜଣେ ବ୍ୟକ୍ତି ଅପହରଣ କରିଥିଲା। ସଂଗଠନରେ ଯୋଗଦେବା ପରେ କୋଲହାନ, ଓ ସାରଣ୍ଡାରେ ସନ୍ଦୀପ ଓ ପ୍ରଶାନ୍ତଙ୍କ ନେତୃତ୍ୱରେ ମଙ୍ଗଳ ତାଲିମ ନେଇଥିଲା। ତାଲିମ ସମୟରେ ମଙ୍ଗଲ କୋଲହାନ, ଚାନ୍ଦଲି, ବୁଣ୍ଡୁ ଓ ସାରଣ୍ଡାରେ କାମ କରିଥିଲା। ସେ ୨୦୧୩ରେ ସୁନ୍ଦରଗଡ଼କୁ ଆସିଥିଲା। ଅନୁଗୁଳ, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ରେ ମାଓ ଗତିବିଧିରେ ମଙ୍ଗଳ ସକ୍ରିୟ ଥିଲା। ମାତ୍ର ପରେ ନିଜେ ଅସନ୍ତୁଷ୍ଟ ହୋଇ ମାଓବାଦୀ ସଂଗଠନ ଛାଡ଼ିଥିଲା।

ସମ୍ବନ୍ଧିତ ଖବର