ଦୁଷ୍କର୍ମ ଉଦ୍ୟମ ମାମଲା : ବାପା ଗିରଫ, ପୀଡ଼ିତାଙ୍କ ଡାକ୍ତରୀ ମାଇନା

ରାଉରକେଲା: ଏକ ଲଜ୍ଜାକର ଘଟଣା କ୍ରମରେ ଗତକାଲି ନିଜ ନାବାଳିକା ଝିଅକୁ ବାପାଙ୍କ ଦୁଷ୍କର୍ମ ଉଦ୍ୟମ ଘଟଣାରେ ୧୫ ନମ୍ବର ଥାନାରେ ମାମଲା ରୁଜୁ ହୋଇଛି। ଆଜି ପୀଡ଼ିତା ଝିଅର ଡାକ୍ତରୀ ମାଇନା କରାଯାଇଥିବା ବେଳେ ବାପା ଜିତେନ ମସଦକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଗତକାଲି ସନ୍ଧ୍ୟାରେ ଘରେ କେହି ନଥିବାର ସୁଯୋଗରେ ବାପା ୧୪ ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଝିଅଟି ବାପାଙ୍କ ଘୃଣ୍ୟ କର୍ମର ବିରୋଧ କରିବାରୁ ସେ ମାଡ଼ ମାରିଥିଲା। ମାଡ଼ରେ ଝିଅ ମୁଣ୍ଡ ଫାଟି ଯାଇଥିଲା। ସମାଜସେବୀ ମିନତି ଦେବତାଙ୍କ ସହାୟତାରେ ପୀଡ଼ିତା ଥାନାରେ ପହଞ୍ଚି ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର