ବର୍ଷେ ଧରି ନାବାଳିକାକୁ ଦୁଷ୍କର୍ମ

ସୁନ୍ଦରଗଡ଼: ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳିକା (୧୬)କୁ ବର୍ଷେ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପତ୍ରାପଡ଼ାରେ ରହୁଥିବା ଅଭିଯୁକ୍ତ କେନିଆ (ଡାକ ନାମ) ବିରୋଧରେ ନାବାଳିକାର ପରିବାର ଟାଉନ ଥାନାରେ ଏତଲା ଦେଇଛନ୍ତି। ବିହାରର ମୂଳ ବାସିନ୍ଦା କେନିଆ ସ୍ଥାନୀୟ ପତ୍ରାପଡ଼ାରେ ରହି ଭାଇର ଅଣ୍ଡା ଦୋକାନରେ କାମ କରେ। ଦୁଇ ବର୍ଷ ପୂର୍ବେ ସହରର ଜଣେ ନାବାଳିକା(୧୬)କୁ ସେ ପ୍ରେମ ଜାଲରେ ଫସାଇଥିଲା। ପରବର୍ତ୍ତୀ ସମୟରେ ନାବାଳିକା ସହ ଜୋର୍‌ଜବରଦସ୍ତ ଦୈହିକ ସଂପର୍କ ରଖିଥିଲା। ନାବାଳିକା ଏହାକୁ ସିଧାସଳଖ ମନା କରିଥିଲେ ବି ଅଭିଯୁକ୍ତ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଚାଲିଥିଲା। ନାବାଳିକା ବର୍ତ୍ତମାନ ୮ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ନାବାଳିକାଙ୍କ ପରିବାର ଟାଉନ୍‌ ଥାନାରେ ଏତଲା ଦେବାପରେ ଅଭିଯୁକ୍ତ କେନିଆ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର