କୋଟିପତି ଯୁବତୀ ଚାଲାଣକାରୀ ଗିରଫ

ରାଉରକେଲା : ଓଡ଼ିଶା ସମେତ ଦେଶବ୍ୟାପୀ ବେଶ୍‌ ସକ୍ରିୟ ଥିବା କୁଖ୍ୟାତ ଯୁବତୀ ଚାଲାଣକାରୀ ପାନ୍ନାଲାଲ ମାହାତୋ (୩୬) ପୁଲିସ ହାତରେ ଧରାପଡ଼ିଛି। ପ୍ରାୟ ୫ ହଜାର ଯୁବତୀ, ନାବାଳିକାଙ୍କୁ ଚାଲାଣ କରି ବିକ୍ରି କରିଥିବା ପାନ୍ନାଲାଲଙ୍କୁ ସୀମାନ୍ତ ଝାଡ଼ଖଣ୍ଡର ଖୁଣ୍ଟି ପୁଲିସ ଗିରଫ କରିଛି। ଅଭିଯୁକ୍ତର ଦୁଇଟି କାର୍‌ ଫଚୁର୍ନର ଓ ଆଇ-ଟେନ୍‌କୁ ପୁଲିସ ଜବତ କରିଛି। ଏହି କୁଖ୍ୟାତ ଯୁବତୀ ଚାଲାଣକାରୀ ଦୀର୍ଘ ୧୫ ବର୍ଷ ହେଲା ଯୁବତୀ ଓ ନାବାଳିକାଙ୍କୁ ଦିଲ୍ଲୀ ଚାଲାଣ କରୁଥିଲା। ଅଭିଯୁକ୍ତ ପାନ୍ନାଲାଲରେ ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ପ୍ରାୟ ୮୦ କୋଟି ହେବବୋଲି ପୁଲିସ ସୂଚନାରୁ ପ୍ରକାଶ। ଝାଡ଼ଖଣ୍ଡ ଖୁଣ୍ଟି ପୁଲିସ ଜିଲ୍ଲା ମୁରହୁ ଥାନା ଅନ୍ତର୍ଗତ ଗନାଲୋୟା ଗ୍ରାମର ମୂଳ ବାସିନ୍ଦା ପାନ୍ନାଲାଲର ଭାଉଜ ଗାୟତ୍ରୀ ମଧ୍ୟ ଜଣେ ଅନ୍ତର୍ଜାତୀୟ ଯୁବତୀ ଚାଲାଣକାରୀ। ସେ ମଧ୍ୟ ୨୦୧୪ରେ ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିଲା।

ସମ୍ବନ୍ଧିତ ଖବର