୨,୨୦,୦୦୦ ଲୁଟ୍‌ ଘଟଣା: ଅଭିଯୁକ୍ତ ଗିରଫ, ସୁନା ଚେନ୍‌ ସମେତ ୫୬ ହଜାର ଜବତ

କୁତ୍ରା(ସୁନ୍ଦରଗଡ଼): କୁତ୍ରା ବସଷ୍ଟାଣ୍ଡ ନିକଟରୁ ଏକ ମଦ ଦେକାନର ମ୍ୟାନେଜରଙ୍କ ଠାରୁ ଚଳିତ ମାସ ୧୯ ତାରିଖରେ ୨,୨୦,୦୦୦ ଟଙ୍କା ଲୁଟ୍‌ ଘଟଣାରେ ପୁଲିସ ରବିବାର ଅଭିଯୁକ୍ତ ଚିତ୍ରସେନ୍‌ ଲାକ୍ରା(୨୦)ଙ୍କୁ ପୁଲିସ ଗିରଫ କରିଛି। ଏଥି ସହିତ ପୁଲିସ ଚିତ୍ରସେନ ଠାରୁ ୫୬ ହଜାର ଟଙ୍କା, ୨ଟି ସୁନା ଚେନ, ଗୋଟିଏ ମୋବାଇଲ, ଦେଶୀ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ କରିଛି।

ଘଟଣା ଦିନ ଭୋର ସକାଳୁ ମଦ ଦୋକାନର ମ୍ୟାନେଜର ରାଧେଶ୍ୟାମ ପୁରୋହିତ ନିଜ ଘରୁ ୨,୨୦,୦୦୦ ହଜାର ଟଙ୍କା ନେଇ ‘ରାଧେଶ୍ୟାମ ଟ୍ରାଭେଲସ୍‌’ରେ ପଠାଇବାକୁ ବାହାରିଥିଲେ। କାରଣ ଯେଉଁ ବସ୍‌ରେ ଟଙ୍କା ପଠାଇବାର ଥିଲା ତାହା, କୁତ୍ରାରୁ ସୁନ୍ଦରଗଡ଼କୁ ଯାଇଥାଏ। ସୁନ୍ଦରଗଡ଼ରେ ମଦ ଦୋକାନର ମାଲିକ ରୁହନ୍ତି।

ଗିରଫ ପରେ ଅଭିଯୁକ୍ତ ଚିତ୍ରସେନକୁ ପଚରାଉଚରା ବେଳେ ପୁଲିସ ଜାଣିବାକୁ ପାଇଛି ଯେ, ସେ ଆହୁରି ୨ଟି ଚୋରୀ ଘଟଣାରେ ସଂପୃକ୍ତ ଥିଲା। ଗତ ଏପ୍ରିଲ ୫ରେ ସେ ଡାଲମିଆ କଲେଜ ନିକଟରୁ ଏକ ସୁନା ଚେନ ଲୁଟ କରିଥିଲା। ସେହିଭଳି ଆଠ ଦିନ ପରେ ଏପ୍ରିଲ ୧୨ରେ କୁତ୍ରା ନିକଟରେ ଥିବା ଗ୍ରାମ୍ୟଦେବୀ ନିକଟରୁ ଅନ୍ୟ ଏକ ସୁନା ଚେନ ଲିଟିଥିଲା। ଏହି ଘଟଣାରେ ୨ଟି ମାମଲା ପୂର୍ବରୁ ରୁଜୁ ହୋଇଛି। ଚିତ୍ରସେନ୍‌ ଠାରୁ ଏକ ସୁନା ଚେନ କିଣିଥିବା ସୁରେଶ କୁମାର ଗର୍ଡିଆ ନାମରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର