ସୁନ୍ଦରଗଡ଼: ସଡ଼କ ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ, ଜଣେ ଆହତ

କୁତ୍ରା: ସମ୍ବଲପୁର-ରାଉରକେଲା ରାଜ୍ୟ ରାଜପଥ ୧୦ ନମ୍ବରରେ ଶନିବାର ରାତି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ରାଞ୍ଚି ରୋଡ଼ ନିକଟରେ ରାତି ୮ଟା ୩୦ରେ ଘଟିଥିବା ଏହି ଘଟଣାରେ ବାଇକ୍‌ର ପଛରେ ବସିଥିବା ସାଥୀ ସାମାନ୍ୟ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଭାଲୁପତରା ଗ୍ରାମର ଲେଉନାଡ ଏକ୍କା (୩୦) ଓ ସୁରେଶ କୁଜୁର(୨୫) ନିଜ ଘରକୁ ଫେରୁଥିଲେ। ସେମାନେ ରାଞ୍ଚିରୋଡ଼ ନିକଟରେ ଡିଭାରକୁ ଧକ୍କା ଦେଇଥିଲେ। ବାଇକ (ଓଡି ୧୪ବି ୯୪୩୬) ଚାଳକ ଲେଉନାଡଙ୍କ ଶରୀରରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଲେଉନାଡଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୁରେଶ ସାମାନ୍ୟ ଆଘାତ ପାଇଥିଲେ ବୋଲି ପୁଲିସ କହିଛି। ପୁଲିସ ସୂଚନା ପାଇଁ ଘଟଣାସ୍ଥଳକୁ ପହଞ୍ଚିଛି।

ସମ୍ବନ୍ଧିତ ଖବର