ସୁନ୍ଦରଗଡ଼: ହାଇଓ୍ଵାକୁ ଧକ୍କା ଦେଲା ବାଇକ୍‌, ଜଣେ ମୃତ

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ଝାରବେଡା ନିକଟସ୍ଥ ବିଜୁ ଏକ୍ସପ୍ରେସ ୱେରେ ହାଇଓ୍ଵାକୁ ଧକ୍କା ଦେବାରୁ ଜଣେ ବାଇକ (ଓଡ଼ି ୧୬-୭୦୩୦) ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନ ୨ଟା ୩୦ରେ ହାଇଓ୍ଵାକୁ ଦ୍ରୁତ ଗତିରେ ଯାଉଥିବା ବାଇକ୍‌ ପଛପଟରୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟି ଥିବା ବେଳେ ସାଥୀରେ ବସିଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଆହତକୁ ରାଜଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଲରେ ପହଞ୍ଚିଛି।

ପୁଲିସ ସୂଚନା ଅନୁସାରେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଥୋପାବେର୍ଣ୍ଣା ଗ୍ରାମର ଛତିଶ ସୋରେଙ୍ଗ ବଡ଼ଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଗ୍ରାମର ରୋହିତ ନାଏକଙ୍କ ସହିତ ସାହାଜବାହାଲ ଠାରୁ ରାଜଗାଙ୍ଗପୁର ଫେରୁଥିଲେ। ଫେରିବା ବାଟରେ ସେମାନେ ଏକ ହାଇଓ୍ଵାକୁ ଧକ୍କା ଦେଇଥିଲେ। ଦୁର୍ଘଟଣାସ୍ଥଳରେ ହିଁ ଛତିଶଙ୍କ ମୃତ୍ୟୁ ହୋଇଥିବା ବେଳେ ରୋହିତଙ୍କୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଓଡି ୧୪ ଏଚ୍‌ ୬୮୭୩ ନାମକ ଏକ ହାଇଓ୍ଵା ଦୁର୍ଘଟଣା ପରେ ଫେରାର ହୋଇଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ ରଖି ଫେରାର ହାଇଓ୍ଵାକୁ ଜବତ କରିବା ପାଇଁ ଛାନ୍‌ଭିନ୍‌ କରୁଛି।

ସମ୍ବନ୍ଧିତ ଖବର