ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ସୁନ୍ଦରଗଡ଼: ସଦର ଥାନା ଅନ୍ତର୍ଗତ ପୁସାଲଡିହ ନିକଟରେ ଗଛରେ ପିଟି ହୋଇ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କର ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଲେଫ୍ରିପଡ଼ା ଥାନା ଅଧୀନ ବୈରାଗୀବାହାଲ ଗ୍ରାମର ତୁଷାର କମାର(୨୫) ଓ ସୁଶିଲ ଦଣ୍ଡସେନା(୨୪) ପୁସାଲଡିହ ଠାରୁ କନକଜୁରା ଯାଉଥିବା ବେଳେ ସେମାନେ ଦୁର୍ଘଟଣାର ଶିକାର ହେଶଇଛନ୍ତି। ଘରୁ ବାହାରିବା ଅଳ୍ପ ସମୟ ଭିତରେ ସେମାନେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ବାଇକ ଧକ୍କା କରିଥିଲେ।

ସୂଚନା ମିଳିବା ପରେ ସଦର ଥାନା ପୁଲିସ ଘଟଣାସ୍ଥଲରେ ପହଞ୍ଚି ତୁଷାରଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଗୁରୁତର ଆହତ ସୁଶିଲକୁ ବୁର୍ଲା ମେଡିକାଲ ପଠାଯାଇଛି। ଦ୍ରୁତ ଗତିରେ ବାଇକ ଚଳାଇବା ଯୋଗୁଁ ଦୁଇ ଜଣ ଯୁବକ ଦୁର୍ଘଟଣାର ଶିକାର ହୋଇଛନ୍ତି ବୋଲି ପୁଲିସ କହିଛି। ଦୁର୍ଘଟଣାଗ୍ରସ୍ତ ବାଇକ ଜବତ କରି ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର