ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର

କୁତ୍ରା(ସୁନ୍ଦରଗଡ଼): ବିଜୁ ଏକ୍ସପ୍ରେସ୍‌ୱେ ଖୁତାମୁଣ୍ଡା ଠାରେ ଶନିବାର ଅପରାହ୍ନ ୩ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ତୁଡ଼ାଲଗା ଗ୍ରାମର କେତେକ ଯୁବକ ଗାଡ଼ି (ଓଡି ୦୩ଡି ୬୮୮୮) ଯୋଗେ କୁତ୍ରା ଆଡ଼କୁ ଆସୁଥିବା ବେଳେ ଖୁଣ୍ଟମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ବିପରିତ ଦିଗରୁ ଆସୁଥିବା ଏକ ତେଲ ଟ୍ୟାଙ୍କର(ଓଡି ୨୧ଜି ୫୦୯୯) ସହିତ ଧକ୍କା ହୋଇଥିଲା। ଫଳରେ କାରଟି ଓଲଟି ପଡ଼ିଥିଲା।

ଘଟଣାସ୍ଥଳରେ ହିଁ କାର ପଛପଟରେ ବସିଥିବା ପ୍ରସାଦ ରାଉତ(୨୭)ଙ୍କର ମୃତ୍ୟୁ ଘଟିଥିବା ବେଳେ ସଚିନ ପାଉଲେ(୨୬), ସୁମନ୍ତ ସେନ(୩୦) ଓ ସୁଦାମା ଜେନା(୩୬)ଙ୍କୁ ଗୁରୁତର ଭାବେ ପ୍ରଥମେ କୁତ୍ରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ବଡଗାଁ ପୁଲିସ ପହଞ୍ଚିଥିବା ବେଳେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର