ଏକତରଫା ପ୍ରେମ:ବିବାହ ନ କଲେ ଯୁବତୀଙ୍କୁ ଏସିଡ୍‌ ମାଡ଼ ଧମକ

ସୁନ୍ଦରଗଡ଼: ବିବାହ ପାଇଁ ରାଜି ନହେବାରୁ ଜଣେ ନର୍ସିଂ ଛାତ୍ରୀଙ୍କୁ ଏସିଡ୍‌ ମାଡ଼ ଓ ହତ୍ୟା ଧମକ ହୋଇଛି। ସ୍ପଷ୍ଟ ଦିବାଲୋକରେ ବିଚ୍‌ ବଜାରରେ ସମ୍ବଲପୁରର ସଞ୍ଜୟ କୁମାର ନାଏକ ତାଙ୍କୁ ଧମକ ଦେଇଥିବା ସୁନ୍ଦରଗଡ଼ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଛି।
ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ସ୍ଥାନୀୟ ଏକ ନର୍ସିଂ ସ୍କୁଲର ଛାତ୍ରୀ (୨୪) ନିଜ ସହପାଠିନୀଙ୍କ ସହ ଡେଲିମାର୍କେଟ୍‌ ଅଂଚଳକୁ ଯାଇଥିଲେ। ଏହି ସମୟରେ ସମ୍ବଲପୁରର ଶ୍ରୀ ନାଏକ (୩୦) ସେଠାରେ ପହଞ୍ଚି ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଯୁବତୀଜଣକ ମନା କରିବାରୁ ସଞ୍ଜୟ ଉତ୍ତ୍ୟକ୍ତ ହୋଇ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ଏସିଡ୍‌ ମାରି ତାଙ୍କ ଶରୀର ଜାଳି ଦେବାକୁ ମଧ୍ୟ କହିଥିଲେ। ଜନଗହଳିପୂର୍ଣ୍ଣ ବଜାରରେ ସମସ୍ତଙ୍କ ଆଗରେ ସେ ବେଶ୍‌ କିଛି ସମୟଧରି ଯୁବତୀଙ୍କୁ ଧମକଚମକ ଦେଇଥିଲେ ମଧ୍ୟ କେହି ପ୍ରତିରୋଧ କରି ନଥିଲେ। ସଂଜୟଙ୍କ କବଳରୁ ଖସି ଆସି ଯୁବତୀଜଣକ ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର