ରାଉରକେଲାରେ ପିଡ଼ିଏସ ଚାଉଳକୁ ନେଇ ଚାଲିଛି କଳା କାରବାର, ଜବତ ହେଲା ୨୦ ବସ୍ତା

ରାଉରକେଲା: ଗରିବ ଲୋକଙ୍କ ପାଇଁ ସରକାର ଯୋଗାଇଦେଉଥିବା ପିଡ଼ିଏସ ସାମଗ୍ରୀର କଳାବଜାର | ରାଉରକେଲାରୁ କିଛି ଏଭଳି ସଙ୍ଗୀନ ଖବର ଏବେ ସାମ୍ନାକୁ ଆସିଛି | ଆଜି ଯୋଗାଣ ବିଭାଗ ଓ ପୁଲିସ ୨୦ ବସ୍ତା ପିଡ଼ିଏସ ଚାଉଳ ଜବତ କରିଛି | ମିଳିଥିବା ସୂଚନା ମୁତାବକ ସେକ୍ଟର ୫ରେ ଥିବା ଏକ କଣ୍ଟ୍ରୋଲ ଦୋକାନର ୨୦ ବସ୍ତା ପିଡ଼ିଏସ ଚାଉଳ, ସେକ୍ଟର ୧୯ ଇସ୍ପାତ ମାର୍କେଟର ଦୋକାନୀ ପଦ୍ମଲୋଚନ ପରିଡା ଏକ ଗାଡ଼ିରୁ ଅନଲୋଡ଼ କରୁଥିବାର ଲୋକ ଦେଖିକି ଘେରିଥିଲେ |

ଏହା ପରେ ଲୋକମାନେ ସହକାରୀ ଯୋଗାଣ ଅଧିକାରୀଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ | ସହକାରୀ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ଓ ସେକ୍ଟର ୧୯ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଚାଉଳକୁ ଜବତ କରିଛନ୍ତି | ସେହି ସେକ୍ଟର ୧୯ ମାର୍କେଟର ଏକ ଅଟାଚକି ରେ ପାଞ୍ଚ ବସ୍ତା ପିଡ଼ିଏସ ଗହମ ଓ କିଛି ଖାଲି ବସ୍ତା ମଧ୍ୟ ଜବତ କରାଯାଇଛି |

ଏହି ଘଟଣାରେ ଏକ ରାକେଟ କାମ କରୁଥିବା ଅନୁମାନ କରାଯାଉଛି | ସୂଚନାଯୋଗ୍ୟ ଗତ ସପ୍ତାହକ ତଳେ ରେଲୱେ କଲୋନୀ ମାର୍କେଟ ରେ ଏକ କଣ୍ଟ୍ରୋଲ ଦୋକାନରୁ ୨୪ ବସ୍ତା ପିଡ଼ିଏସ ଚାଉଳ ଚୋରି ହୋଇଥିଲା | ପ୍ଲାଣ୍ଟ ସାଇଟ ପୁଲିସ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଥିଲା ଓ ଚୋରି ଚାଉଳକୁ ଜବତ କରିଥିଲା |

ସମ୍ବନ୍ଧିତ ଖବର