ଜୁଆ ଆଡ୍ଖାରେ ଚଢ଼ାଉ: ୮ ଜୁଆଡ଼ି ଗିରଫ

ରାଜଗାଙ୍ଗପୁର: ଶନିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଲାଇଙ୍ଗ୍‌ ନିକଟରେ ଚଢ଼ାଉ କରି ରାଜଗାଙ୍ଗପୁର ପୁଲିସ ୮ ଜଣଙ୍କୁ ଗିରଫ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।

ଗୁଇନ୍ଦା ସୂଚନା ପାଇ ଚଢ଼ାଉ କରିବା ପରେ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ନଗଦ ୨୦ ହଜାର ୪୦୦ ଟଙ୍କା, ୨ଟା ସ୍କୁଟି ଓ ୨ଟା ମଟରସାଇକେଲ୍‌ ଓ ୪ ମୁଠା ତାସ୍‌ ଜବତ କରିଛି।

ସମ୍ବନ୍ଧିତ ଖବର