ପ୍ରେମିକ ଆଗରେ ପ୍ରେମିକାକୁ ଗଣଦୁଷ୍କର୍ମ ମାମଲା:ଦୁଇ ଦୁଷ୍କର୍ମକାରୀ ଜେଲ୍‌ ଗଲେ

ବିଶ୍ରା: ତେତେରକେଲା କୋଏଲ ନଦୀ ପଠାରେ ପ୍ରେମିକ ଆଗରେ ପ୍ରେମିକାକୁ ଗଣଦୁଷ୍କର୍ମ କରି ଫେରାର୍‌ ଥିବା ଦୁଇ ଯୁବକ ଧରାପଡ଼ିଛନ୍ତି। ବିଶ୍ରା ଥାନା ପୁଲିସ ଉଭୟଙ୍କୁ ଗିରଫ କରି ଅାଜି କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।
ବିଶ୍ରା ଥାନା କେମାଙ୍ଗ ଗ୍ରାମର ଜଣେ ଝିଅ ନିଜ ପ୍ରେମିକ ସହିତ ତେତେରକେଲା ବାଲୁଘାଟ ବୁଲିବାକୁ ଆସିଥିଲେ। ସଂଧ୍ୟା ସମୟରେ ଉଭୟ ନଦୀ ପଠାରେ ବସିଥିବା ବେଳେ ବାଙ୍କୁରକେଲା ଗାମର ଇନ୍ଦ୍ର ଲୋହାର (୨୨) ଓ ସଦାନନ୍ଦ ସାଣ୍ଡିଲ (୨୪) ସେଠାରେ ପହଞ୍ଚି ଉଭୟଙ୍କୁ ଧମକ ଚମକ ଦେଇଥିଲେ। ପ୍ରେମିକା ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ ହେବାରୁ ପ୍ରେମିକ ଏହାର ପ୍ରତିବାଦ କରିଥିଲେ। ଇନ୍ଦ୍ର ଓ ସଦାନନ୍ଦ ପ୍ରେମିକ ଧମକଚମକ ଦେଇ ପ୍ରେମିକାକୁ ତାଙ୍କ ଆଗରେ ଜଣ ପରେ ଜଣେ ଦୁଷ୍କର୍ମ କରିଥିଲେ। ତେବେ ଯୁବତୀ ଜଣଙ୍କ ଏ ସମ୍ପର୍କରେ ବିଶ୍ରା ଥାନାରେ ଏତଲା ଦେବା ପରେ ପୁଲିସ ଥାନା କେଶ୍‌ ନମ୍ବର ୪୫୫/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଥାନା ଅଧିକାରୀ ବନିତା ମାଝି ଓ ଏସ୍‌.ଆଇ. ପ୍ରଦୀପ କୁମାର ସେଠୀ ଗତକାଲି ବିଭିନ୍ନ ସ୍ଥାନରେ ଚଢଉ କରି ଇନ୍ଦ୍ର ଓ ସଦାନନ୍ଦଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର