ପିଇଓଙ୍କୁ ପିସ୍ତଲ ଦେଖାଇ ଲୁଟିଲେ ୨.୮ ଲକ୍ଷ

ରାଉରକେଲା : ବୀରମିତ୍ରପୁର ନିକଟବର୍ତ୍ତି ଧାଙ୍ଗିରନଚା ଛକ ନିକଟରେ କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ଅନ୍ଧାରୀ ଓ କାଦେବାହାଲ ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) ମିଖାଇଲ୍‌ ଲୁଗୁନୁଙ୍କ ଠାରୁ ଦୁଇ ଜଣ ଦୁର୍ବୃତ୍ତ ୨ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଅନ୍ଧାରୀ ଓ କାଦୋବାହାଲ ପଞ୍ଚାୟତର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ପାଇଁ ସେ ଟଙ୍କା ଧରି ବାଇକରେ ଯାଉଥିବା ବେଳେ ଦୁର୍ବୃତ୍ତ ଦ୍ୱୟ ପିସ୍ତଲ ଦେଖାଇ ଟଙ୍କା ଲୁଟି ନେଇଥିଲେ। ମିଖାଏଲ୍‌ ସେଠାରୁ ବୀରମିତ୍ରପୁର ଥାନାକୁ ଆସି ଟଙ୍କା ଲୁଟ୍‌ ସମ୍ପର୍କରେ ଏତଲା ଦେଇଥିଲେ। ଏତଲା ଭିତ୍ତିରେ ବୀରମିତ୍ରପୁର ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଲୁଟେରାଙ୍କ ପତ୍ତା ମିଳି ନଥିବା ପ୍ରକାଶ।

ସମ୍ବନ୍ଧିତ ଖବର