ଆର୍‌ପିଏଫ୍‌ ଏସ୍‌ଆଇଙ୍କ ବାଇକ୍‌ ଚୋରି: ୨ ଗିରଫ

ରାଉରକେଲା: ରାଉରକେଲା ରେଳ ଷ୍ଟେସନରୁ ଆର୍‌ପିଏଫ୍‌ ସବ୍ସଇନ୍ସପେକ୍ଟର (ଏସ୍ଆଇ) ଜିତେନ୍ଦ୍ର କୁମାର ବାଇକ୍‌ ଚୋରି ଘଟଣାରେ ରେଳବାଇ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବନ୍ଧମୁଣ୍ଡା ଡି କେବିନର ବାହାଦୁର ବରୁଆ (୩୨) ଓ ତାର ସହଯୋଗୀ ଧାରୁଆଡିହିର ଟିକେଶ୍ବର କଉଡି (୩୫)। ସେମାନଙ୍କ ନିକଟରୁ ଚୋରି ବାଇକ ଜବତ ହୋଇଛି। ଗତ ୧୪ ତାରିଖ ଦୁହେଁ ଷ୍ଟେସନରୁ ଏସ୍ଆଇ ବାଇକ୍‌ ଚୋରି କରି ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲାଇଙ୍ଗ ଅଞ୍ଚଳକୁ ନେଇଯାଇଥିଲେ। ଏସ୍ଆଇ ଜିତେନ୍ଦ୍ର କୁମାରଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଗତକାଲି ଲାଇଙ୍ଗ ପେଟ୍ରୋଲ ପମ୍ପ ନିକଟରୁ ବାଇକ୍‌ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର