ସୁନ୍ଦରଗଡ଼: ବନ୍ଧୁକ ମୁନରେ ୭ଲକ୍ଷ ଟଙ୍କା ଲୁଟ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଜଣେ ଘରୋଇ କମ୍ପାନୀ କର୍ମଚାରୀଙ୍କ ଠାରୁ ୭ ଲକ୍ଷ ଟଙ୍କା ଲୁଟ ହୋଇଥିବା ରାଜଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ କ୍ୟାସ୍‌ ହ୍ୟାଣ୍ଡଲିଙ୍ଗ୍‌ କମ୍ପାନୀର କର୍ମଚାରୀ ଜନ୍‌ ବିନୟ ଲାକ୍ରା ଆଜି ଲାଇଙ୍ଗ୍‌ ଟୋଲ୍‌ ପ୍ଲାଜା ଠାରୁ ୭ ଲକ୍ଷ ଟଙ୍କା ବାଇକ୍‌(ଓଆର୍‌ ୧୬ ୯୩୧୨)ରେ ନେଇ ଆସୁଥିବା ବେଳେ ସୁନ୍ଦରଗଡ଼-ସମ୍ବଲପୁର ରାଜ୍ୟ ରାଜପଥ ୧୦ ଉପରେ ବିନୟ ଲୁଟ୍‌ ଶିକାର ହୋଇଛନ୍ତି।

ବିନୟ ଟଙ୍କା ନେଇ ରାଜଗାଙ୍ଗପୁରସ୍ଥିତ ଏଚ୍‌ଡିଏଫସି ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଆସୁଥିବା ବେଳେ ଏକ ଆପେଚେ ଗାଡ଼ିରେ ୩ଜଣ ହଠାତ ପହଞ୍ଚି ଥିଲେ। ସେମାନେ ବିନୟର ମୁଣ୍ଡ ଉପରେ ବନ୍ଧୁକ ରଖି ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ପରେ ରାମାବାହାଲ ଜଙ୍ଗଲ ରାସ୍ତା ଦେଇ ରାଞ୍ଚି ଅଭିମୁଖେ ଚାଲି ଯାଇଥିଲେ। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଛାନଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର