ରାଉରକେଲାରେ ସିରିଜ ଦୁର୍ଘଟଣା: ଜଣେ ମୃତ, ୬ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି, ବୋଲେରୋ ଚାଳକ ସମେତ ୪ ଅଟକ

ରାଉରକେଲା: ଷ୍ଟିଲ ସିଟି ରାଉରକେଲାରେ ଶନିବାର ରାତି ଗୋଟିଏ ପରେ ଗୋଟିଏ କ୍ରମାଗତ ଦୁର୍ଘଟଣା ଘଟିଛି। ଏଥିପାଇଁ ଜଣେ ବୋଲେରୋ ଚାଳକଙ୍କୁ ଦାୟୀ କରାଯାଇଛି। ସେକ୍ଟର-୬ ରୁ ସେକ୍ଟର-୪ ଆଡ଼କୁ ଯାଇଥିବା ରାସ୍ତାରେ ଜଣେ ବୋଲେରୋ ଚାଳକ ପଛପଟରୁ ସ୍କୁଟି, ସ୍କୁଟର ଓ ବାଇକକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସେକ୍ଟର-୬ ନିବାସୀ ତଥା ରାଉରକେଲା ଷ୍ଟିଲ ପ୍ଲାଣ୍ଟର କର୍ମଚାରୀ ଦୁର୍ଯ୍ୟୋଧନ ସାହୁଙ୍କ ମୃତ୍ୟୁ ହୋଇଛି। ଦୁର୍ଯ୍ୟୋଧନ ନିଜ ନାତୁଣୀକୁ ନେଇ ଦୁର୍ଗାପୂଜା ଦେଖିବାକୁ ଯାଉଥିଲେ। ବାଟରେ ଯାଉଥିବା ବେଳେ ଦୁର୍ଯ୍ୟୋଧନଙ୍କ ଉପରେ ବୋଲେରୋ ଚଢ଼ି ଯାଇଥିଲା। ୬ ଜଣ ଗୁରୁତରଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସ୍ଥାନୀୟ ହକି ଷ୍ଟାଡିୟମ ସମ୍ମୁଖରେ ଘଟିଥିବା ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବୋଲେରୋ ଚାଳକଙ୍କ ସମେତ ୪ଜଣଙ୍କୁ ପୁଲିସ ନିକଟରେ ଜିମା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର