ଯୌତୁକ ନିମନ୍ତେ ପତ୍ନୀଙ୍କ ତଣ୍ଟି ଚିପି ମାରିଦେଲେ ସ୍ୱାମୀ

ହେମଗିରି (ସୁନ୍ଦରଗଡ଼): ଶନିବାର ରାତିରେ ହେମଗିରି ଥାନା ଅନ୍ତର୍ଗତ ଡୁଲିଙ୍ଗା ଗ୍ରାମର ଜଣେ ଲୋକ ତାଙ୍କ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ଶ୍ୱଶୁରଘର ଅଧିକ ଯୌତୁକ ଦେବାକୁ ମନା କରିଦେବାରୁ ଜ୍ୱାଇଁ ଏ ଭଳି କରିଥିବା କୁହାଯାଉଛି।

୨୦୧୫ ଡିସେମ୍ବର ମାସରେ ଝାରସୁଗୁଡ଼ାର ଲଖନପୁର ଅନ୍ତର୍ଗତ ବାଗବଣ୍ଡା ଗ୍ରାମର ୨୩ ବର୍ଷୀୟ ମଞ୍ଜରୀ ସାହୁଙ୍କର ବିଭାଘର ହୋଇଥିଲା ହେମଗିରି ଥାନା ଅଧୀନ ଡୁଲିଙ୍ଗା ଗ୍ରାମର ୩୨ ବର୍ଷିୟ ସୁଶାନ୍ତଙ୍କ ସହ ହୋଇଥିଲା। ସେମାନଙ୍କର ଗୋଟିଏ ୧୭ ମାସର ଝିଅ ଅଛି।

ବାହାଘର ପରେ ସୁଶାନ୍ତ ଥରକୁ ଥର ଶଶୁରଘରୁ ଯୌତୁକ ଦାବି କରୁଥିଲେ। ଶଶୁରଘର ମଧ୍ୟ ସାଧ୍ୟମୁତାବକ ଅନେକ ଥର ସୁଶାନ୍ତଙ୍କ ଦାବି ପୂରଣ କରୁଥିଲେ। ଶେଷରେ ଆଉ କିଛି ଦେଇ ନ ପାରିବାକୁ କହିବାରୁ ସୁଶାନ୍ତ ପତ୍ନୀ ମଞ୍ଜରୀଙ୍କୁ ମାରଧର କରିଆସୁଥିଲେ।

ଗତରାତିରେ ସୁଶାନ୍ତ ମଞ୍ଜରୀଙ୍କ ତଣ୍ଟିଚିପି ତାଙ୍କୁ ହତ୍ୟା କରିଛନ୍ତି ବୋଲି ମଞ୍ଜରୀଙ୍କ ବାପାମାଆ ଆଜି ହେମଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସୁଶାନ୍ତଙ୍କୁ ଅଟକ ରଖିଛି।

ସମ୍ବନ୍ଧିତ ଖବର