ସୁନ୍ଦରଗଡ଼: ଟ୍ରଲ୍‌ର ଟ୍ରକ୍‌ ଧକ୍କାରେ ଜଣେ ମହିଳା ମୃତ; ପାଞ୍ଚ ଆହତ

ସୁନ୍ଦରଗଡ଼: ରବିବାର ସକାଳ ପ୍ରାୟ ୭ଟା ବେଳେ କୁତ୍ରା ଥାନା ଅଧୀନସ୍ଥ ବିଜୁ ଏକ୍‌ସ୍‌ପ୍ରେସ୍‌ େଓ୍ଵ ଅନ୍ତର୍ଗତ ଗଡ଼ପୋଷ ଛକରେ ଏକ ଟ୍ରଲର୍‌ ଟ୍ରକ୍‌ ଚାପାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।

ମୃତ ମହିଳାଙ୍କ ନାମ ଲେସିକା ସୋରେଙ୍ଗ୍‌। ନକତିସାନ ଗାଁ’ର ୬୬ ବର୍ଷୀୟ ଲେସିକା ଏକ୍‌ସ୍‌ପ୍ରେସ୍‌ େଓ୍ଵ’ର(ଷ୍ଟେଟ୍‌ ହାଇେଓ୍ଵ -୧୦) ଡିଭାଇଡର୍‌ରେ ଠିଆ ହୋଇଥିଲେ। ରାସ୍ତାର ସେ ଭାଗଟି ସାମାନ୍ୟ ମୋଡ଼ ଭଳି ଥିବାରୁ ସୁନ୍ଦରଗଡ଼ରୁ ରାଉରକେଲା ଅଭିମୁଖେ ଦ୍ରୁତ ବେଗରେ ଯାଉଥିବା ଗୋଟାଏ ଟ୍ରଲର୍‌ ଟକ୍ରର ଡ୍ରାଇଭର୍‌ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ଟ୍ରଲର୍‌ ଡିଭାଇଡର୍‌ ଉପରକୁ ଚଢ଼ିଯାଇ ଆରପଟକୁ ଚାଲି ଯିବାରୁ ସେପଟ ରାସ୍ତାରେ ରାଉରକେଲାରୁ ସୁନ୍ଦରଗଡ଼ ଯାଉଥିବା ଏକ ବୋଲେରୋ ସହ ଧକ୍କା ଖାଇଥିଲା।

ଫଳରେ ଡିଭାଇଡର୍‌ ଉପରେ ଠିଆ ହୋଇଥିବା ଲେସିକାଙ୍କର ଘଟରାସ୍ଥଳରେ ମୃତ୍ୟୁ ଘଟିବା ସହ ବୋଲେରୋରେ ଥିବା ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏକ ଗୀର୍ଜାର ଜଣେ ଫାଦର୍‌ଙ୍କ ସମେତ ବୋଲେରୋର ୫ ଜଣ ଆହତଙ୍କୁ ରାଉରକେଲାର କେଟିଏଚ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ଘଟଣା ଯୋଗୁଁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ମୃତା ମହିଳାଙ୍କ ଶବ ଥୋଇ ରାସ୍ତା ଅବରୋଧ କରିଛନ୍ତି। କୁଟ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରିବା ସହ ଟ୍ରଲର୍‌ ଚାଳକକୁ ଅଟକ ରଖିଛି।

ସମ୍ବନ୍ଧିତ ଖବର