ସୁନ୍ଦରଗଡ଼: ଟ୍ରକ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଭାଇଭଉଣୀଙ୍କ ଜୀବନ ଗଲା

ସୁନ୍ଦରଗଡ଼: ରବିବାର ସକାଳ ସାଢ଼େ ଆଠଟା ପରେ ବାଲିଶଙ୍କରା ବ୍ଲକ୍‌ ଅଫିସ ନିକଟରେ ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।

ବାଲିଶଙ୍କରା ବ୍ଲକ୍‌ ତେଲିଜୋର ଗାଁ’ରୁ ଭାଟିପଡ଼ା ଅଭିମୁଖେ ବାଇକ୍‌ ଚଳାଇ ଯାଉଥିବା ୧୫ ବର୍ଷିୟ ମାନସ ବର୍ଚ୍ଛା ଏବଂ ପଛରେ ବସିଥିବା ତାଙ୍କ ଭଉଣୀ ୧୮ ବର୍ଷୀୟ ଅଞ୍ଜଳି ବଚ୍ଛା କଠଉନାଳ ପୋଲ ପୂର୍ବରୁ ଏକ ଯାତ୍ରୀବାହି ବସ୍‌କୁ ଟପି ଯିବାବେଳେ ଠିକ୍‌ ପୋଲ ଉପରେ ବିପରୀତ ପଟୁ ଆସୁଥିବା ଏକ ଟ୍ରକ୍‌ସହ ମୁହାଁମୁହିଁ ହୋଇ ଧକ୍କା ଖାଇଥିଲେ। ଫଳତଃ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

ଟ୍ରକ୍‌ଟି ଭାଟିପଡ଼ାରୁ ଛତିଶଗଡ଼ ଯାଉଥିଲା। ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର୍‌ ଫେରାର ହୋଇ ଯାଇଥିବା କୁହାଯାଉଛି।

ଦୁଃଖଦ ଘଟଣା ପରେ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ଲୋକେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି।
ପଲସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର