ରାଉରକେଲା: ମାଲିକକୁ ଚୁନା ଲଗାଇଲେ ଚାକର, ୨୫ଟି ଏସି ମେସିନ ଚୋରି ଘଟଣାରେ ୧୦ ଅଭିଯୁକ୍ତ ଗିରଫ

ରାଉରକେଲା: ଚାଲାକ ଚାକର ଜଣକ ମାଲିକକୁ ଚୂନା ଲଗାଇବାକୁ ଯାଇ ୨୫ଟି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବିକି ଦେଇଛନ୍ତି। ଶସ୍ତାରେ ଏସି ମେସିନ କିଣିଥିବା ୯ଜଣ ଗ୍ରାହକଙ୍କୁ ପୁଲିସ ଗିରଫ କରିଛି। ଅଭିଯୋଗ ପରେ ରାଉରକେଲାର ଉଦିତନଗର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ କିଶୋର ବିଶ୍ୱାଳ ସହିତ ଅନ୍ୟମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୁଲିସ କହିବା ଅନୁସାରେ ରାଉରକେଲା ମେନ୍‌ ରୋଡ଼ସ୍ଥିତ ନ୍ୟୁ ଡିଜିଟାଲ୍‌ ଓ୍ଵାଲର୍ଡରେ କିଶୋର ଚାକର ଭାବରେ କାମ କରି ଆସୁଥିଲା। ସୋ’ ରୁମ୍‌ର ମାଲିକ ଅଭିଷେକ ମିତ୍ତଲଙ୍କ ନିକଟରେ କିଶୋର ବହୁତ ବିଶ୍ୱସ୍ତ ଥିଲା। ଏହାର ସୁଯୋଗ ନେଇ ସେ ନିଜ ସୋ’ ରୁମ ନିକଟରେ ଥିବା ବିଦ୍ୟାସାଗର ମୁଲଚାନ୍ଦିୀ ଦୋକାନରେ ଦେଉଥିଲା। ସେଠାରୁ ଚୋରି ହେଉଥିବା ଏସିଗୁଡ଼ିକ ବିକ୍ରି ହେଉଥିଲା। ଗତ ମେ’ ୨୬ରେ ଏକକାଳୀନ ୬ଟି ବିକିବା ପରେ କିଶୋରର କାରନାମାକୁ ମାଲିକ ଧରିପାରିଥିଲେ। ପୁଲିସ ପଚରାଉଚରା ବେଳେ କିଶୋର ପୂର୍ବରୁ ମଧ୍ୟ ୧୯ଟି ଏସି ବିକ୍ରି କରିଥିବା ସ୍ୱୀକାର କରିଛି।

 

ଗିରଫ ଅଭିଯୁକ୍ତମାନେ ହେଲେ:

୧) କିଶୋର ବିଶ୍ୱାଲ(୨୩): ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ବାପୁଜୀ ପେଣ୍ଠ ନିବାସୀ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲଙ୍କ ପୁଅ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ କିଶୋର। ସେ ମହତାବ ରୋଡସ୍ଥିତ ଶର୍ମା କାରପେଣ୍ଟର ସପ୍‌ ନିକଟରେ ଏକ ଭଡା ଘରେ ରହୁଥିଲା।
୨) ବିଦ୍ୟାସାଗର ମୁଳଚାନ୍ଦିନୀ(୪୦): ପ୍ଲାଣ୍ଟିଷ୍ଟେ ଥାନା ଅନ୍ତର୍ଗତ ଜି.ଟି. ଲେନସ୍ଥିତ ସାଗର ଫୁଟ େଓ୍ଵର ପାଖରେ ରହୁଥିବା ବିଦ୍ୟାସାଗର ହେଉଛନ୍ତି ସ୍ୱର୍ଗତ ହିରାଲାଲ ଭୋରାଙ୍କ ପୁଅ, ଯେ କି ଦୋକାନ ମାଲିକ।
୩) ବିଶାଳ ଭୋରା(୪୦): ବାସନ୍ତି କଲୋନୀର କ୍ୱାର୍ଟର ନମ୍ବର ବିଏମ୍‌/୭୪ ନିବାସୀ ହୀରାଲାଲଙ୍କ ପୁଅ ଗୋଟିଏ ଏସି କିଣିଛି।
୪)ରାଜେନ୍ଦ୍ର ପ୍ରସାଦ ବାରିକ: ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲା ଶିକ୍ରି ଥାନା ଅଞ୍ଚଳର ରାମ ପ୍ରସାଦ ବାରିକଙ୍କ ପୁଅ ରାଜେନ୍ଦ୍ର ଗୋଟିଏ ଏସି କିଣିଛି।

୫) ମନୋଜ ଯୋଶୀ(୪୪): ପ୍ଲାଣ୍ଟିଷ୍ଟେ ଥାନା ଅନ୍ତର୍ଗତ ଗୁଜରାତି କଲୋନିରେ ରୁହନ୍ତି ମନୋଜ ଯୋଶୀ। ସେ ହେଉଛନ୍ତି ଅମ୍ରିତ ଲାଲଙ୍କ ପୁଅ। ଏସି କିଣି ଗିରଫ ହୋଇଛନ୍ତି।
୬) ପ୍ରକାଶ କୁମାର ସିଂହ(୪୧): ଜିଟି ଲେନ ନିବାସୀ ମହେନ୍ଦ୍ର ସିଂହଙ୍କ ପୁଅ ଏସି କଣି ଗିରଫ ହୋଇଛି।
୭) ଭୋଲ ସ(୫୪): ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଦାଣ୍ଡିପାଲି ନିବାସୀ ସ୍ୱର୍ଗତ ଫୁଲମାସୀଙ୍କ ପୁଅ ଭୋଲା ଏସି କିଣି ଗିରଫ।
୮) ତଲକେଶ ମୁଲଚାନ୍ଦିନୀ(୫୦): ଜିଟି ଲେନ୍‌ ନିବାସୀ ତଲକେଶ ମୁଲଚାନ୍ଦିନୀ ଏସି କିଣି ଗିରଫ।
୯) ଜିତେନ୍ଦ୍ର ପାତ୍ର(୩୬): ଜିଟି ଲେନ ନିବାସୀ କହ୍ନେଇ ଲାଲ ପାତ୍ରଙ୍କ ପୁଅ ଜିତେନ୍ଦ୍ର ଏସି କିଣି ଗିରଫ।
୧୦) ନରେଶ ଦେ(୩୬): ଜିଟି ଲେନ୍‌ ନିବାସୀ ନନ୍ଦଲାଲଙ୍କ ପୁଅ ନରେଶ ଏସି କିଣି ଗିରଫ।

ସମ୍ବନ୍ଧିତ ଖବର