ଟ୍ରକ୍‌କୁ କାର୍‌ ପିଟି ଜଣେ ମୃତ, ବୋଲେରୋ ଧକ୍କାରେ ୨ ମୃତ

ସବଡେଗା/ଜୟପୁର: ସୁନ୍ଦରଗଡ଼ ଥାନା ଅନ୍ତର୍ଗତ ତଲସରା ଥାନା ଅଞ୍ଚଳରେ ଟ୍ରକକୁ ପିଟି ଜଣେ କାର ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ଥାନା ଅଞ୍ଚଳରେ ବୋଲେରୋକୁ ଧକ୍କା ଦେଇ ବୁଧବାର ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।

ଛତିଶଗଡ଼ରୁ କୋଇଲା ନେଇ ଓଡ଼ିଶା ଆସୁଥିବା ଏକ ୧୮ ଚକିଆ ଟ୍ରକ (ଓଡି୧୬ ଡି ୫୧୮୨) ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତାମୁଲିଆ ନିକଟସ୍ଥ ବଣ୍ଡାନଳା ଟର୍ଣ୍ଣିଙ୍ଗ ପଏଣ୍ଟରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିଲା। ଆଜି ସନ୍ଧ୍ୟା ୭ଟାରେ ତଲସରା ଅଞ୍ଚଳର କେଦାରନାଥ ସାହୁ ଓ ଶିଶିର ତଲସରାରୁ ସବଡେଗା ଆଡ଼କୁ ଆସୁଥିଲେ।

ଦ୍ରୁତ ଗତିରେ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ପଛ ପଟରୁ ଶକ୍ତ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ କାରଟି ସଂପୂଣ୍ଣ ରୂପେ ନଷ୍ଟ ହୋଇ ଯାଇଛି। ସ୍ଥାନୀୟ ଲୋକେ କାର ଭିତରୁ ୨ଜଣଙ୍କୁ ଉଦ୍ଧାର କରି ପ୍ରଥମେ ସବଡେଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ସୁନ୍ଦରଗଡ଼ ସରକାରୀ ହସ୍ପିଟାଲ ସ୍ଥାନାନ୍ତର କରାଯାଉଥିଲା। ବାଟରେ ଶିଶିରଙ୍କ ମୃତ୍ୟୁ ହୋଇଥିଲା। କେଦାରନାଥଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର