ସୁନ୍ଦରଗଡ଼: ରୋଡ ରୋଲର ପୋଡ଼ି ମାମଲାରେ ୩ ନକ୍ସଲ ଗିରଫ, ୩ ଦେଶୀ ବନ୍ଧୁକ ଜବତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବିସ୍ରା ପୁଲିସ ରୋଡ ରୋଲର ପୋଡ଼ି ମାମଲାରେ ୩ ଜଣ ନକ୍ସଲଙ୍କୁ ଗିରଫ କରିଛି। ପୁଲିସ ନକ୍ସଲମାନଙ୍କ ଠାରୁ ୨ଟି ମୋବାଇଲ ଓ ୩ଟି ଦେଶୀ ବନ୍ଧୁକ ଜବତ କରିଛି।

ସୂଚନା ଅନୁସାରେ ଗତ ସୋମବାର ରାତି ବିସ୍ରା ଥାନା ଅନ୍ତର୍ଗତ ମନକୋ ପଂଚାୟତର ଗଛିଆ ଗାଁରେ ସଡ଼କ ନିର୍ମାଣରେ ନିୟୋଜିତ ଏକ ରୋଡ ରୋଲରକୁ ନକ୍ସଲମାନେ ଜାଳି ଦେଇଥିଲେ। ନକ୍ସଲମାନେ ସଡ଼କ ନିର୍ମାଣ କରୁଥିବା ଠିକାଦାର ବିଶ୍ୱଜିତ ବିଶ୍ୱାସଙ୍କୁ ୫ ଲକ୍ଷ ଟଙ୍କା ଦାଦାବଟୀ ମାଗୁଥିଲେ। ବିଶ୍ୱଜିତ ଟଙ୍କା ନ ଦେବାରୁ ସଡ଼କ ନିର୍ମାଣରେ ନିୟୋଜିତ ଏକ ରୋଡ ରୋଲରରେ ନିଆଁ ଲଗାଇ ଦେଇଥିଲେ। ଘଟଣା ପରେ ବିଶ୍ୱଜିତ ଥାନାରେ ଅଭିଯୋଗ ଆଣିଥିଲେ। ଏହା ପରେ ବିସ୍ରା ଥାନା ପୁଲିସ ଶୁକ୍ରବାର ସିପିସଆଇ ମାଓନେତା କୋହ୍ଲାନ ଡିଭିଜନ ମାଓବାଦୀ କମିଟିର ୩ ଜଣ ସଦସ୍ୟକୁ ଗିରଫ କରିଛି।

ଗିରଫ ହୋଇଥିବା ସଦସ୍ୟମାନଙ୍କ ମଧ୍ୟରେ ବିସ୍ରା ଥାନା ଅଧିନ ଚିରୁବେଡା ନିବାସୀ ଅଜୟ ଓରଫ ଏଲିୟସ ଲୋଙ୍ଗା, ଝାଡ଼ଖଣ୍ଡ ନିବାୀ ବୀରବଲ ଓରଫ ସାନିକା ଲୋହାର ଏବଂ ଭାଲୁଲତା ନିବାସୀ ମଙ୍ଗା ଓରାମ ସାମିଲ ଅଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଅତିରିକ୍ତ ଏସପି ସୁରେଶ ଚନ୍ଦ୍ର ପାଠି ଶନିବାର ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର