ଟ୍ରେଲର ଦୁର୍ଘଟଣାଗ୍ରସ୍ତ, ରାଜପଥ ଜାମ

ବଡ଼ଗାଁ: ୧୦ନଂ ରାଜ୍ୟ ରାଜପଥର ଗରିଆମାଲ ଛକରେ ରାଉରକେଲାରୁ ସମ୍ବଲପୁର ଯାଉଥିବା ଏକ ହ୍ୟୁଣ୍ଡାଇ କାର୍‌ କଣ୍ଟେନର(ଟ୍ରେଲର) ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେଲରଟି ବାମପଟ ରାସ୍ତାରୁ ଡାହାଣ ପଟକୁ ଚଢ଼ି ଯାଇ ଏକ ପୋଲରେ ବାଡ଼େଇ ହୋଇ ଯାଇଥିଲା। ତେବେ ପୋଲ ତଳକୁ ନ ଖସି ଅଟକି ରହି ଯାଇଥିବାରୁ ଏକ ବଡ଼ ଦୁର୍ଘଟଣାରୁ ଏହା ବର୍ତ୍ତି ଯାଇଥିଲା। ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ରାଜରାସ୍ତା ଜାମ ରହିଥିବାବେଳେ ବଡ଼ଗାଁ ପୁଲିସ ଓ ଏଲ୍‌ଆଣ୍ଡଟି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ରାସ୍ତାରେ ଯାତାୟତକୁ ସ୍ୱାଭାବିକ କରିଥିଲେ।

ସମ୍ବନ୍ଧିତ ଖବର