ସଡ଼କ ଦୁର୍ଘଟଣାରେ ଦୁଇ ମୃତ 

ରାଜଗାଙ୍ଗପୁର: ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ରାଜଗାଙ୍ଗପୁର ବେଲଡିହି ଗାଁର ତୁଳସୀ ବିଶ୍ବକର୍ମାଙ୍କ ପୁଅ ରବି ବିଶ୍ବକର୍ମା(୨୨) ଓ କୁଆରମୁଣ୍ଡା ନିବାସୀ ମାଙ୍ଗରୁ ଏକ୍କାଙ୍କ ପୁଅ ବିପିନ ଏକ୍କା(୨୩) ଏକ ବାଇକ୍  (ଓଡ଼ି ୧୪ ଆର୍‌ ୬୮୪୧) ଯୋଗେ ନିଜ ସମ୍ପର୍କୀୟଙ୍କ ଘରକୁ ଝାଗରପୁର ଆସୁଥିବା ବେଳେ ମାଣ୍ଡିଆକୁଦ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଡିଭାଇଡରେ ଧକ୍କା ଦେଇଥିଲେ। ଫଳରେ ଦୁଇଜଣ ବାଇକ୍‌ରୁ କିଛି ଦୂରକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଦୁହିଁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଜଗାଙ୍ଗପୁର ଡାକ୍ତରଖାନା ପଠାଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର