ବାର୍ଦ୍ଧକ୍ୟ ଭତ୍ତା ହଡ଼ପ : ଜେଲ୍‌ ଗଲେ ୨ ପଞ୍ଚାୟତ ନିର୍ବାହୀ ଅଧିକାରୀ

ସୁନ୍ଦରଗଡ଼ : ବାର୍ଦ୍ଧକ୍ୟ ଭତ୍ତା ଅର୍ଥ ହଡ଼ପ କରି ଫେରାର୍‌ ଥିବା ଲହୁଣିପଡ଼ା ବ୍ଲକ ଭୁଟୁଡ଼ା ପଞ୍ଚାୟତର ନିର୍ବାହୀ ଅଧିକାରୀ କମଳ ଲୋଚନ କିଶାନ ଓ କୋଇଡ଼ା ବ୍ଲକ ଗୋପନା ପଞ୍ଚାୟତର ନିର୍ବାହୀ ଅଧିକାରୀ ଟିକେଶ୍ୱର ମୁଣ୍ଡାଙ୍କ ଜାମିନ ନାମଞ୍ଜୁର ହୋଇଛି। ଦୁଇ ଅଭିଯୁକ୍ତ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ। ଗିରଫ ଏଡ଼ାଇବାକୁ ଅଭିଯୁକ୍ତ ଦ୍ୱୟ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ତଳ କୋର୍ଟର ଆଶ୍ରୟ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ଉଭୟେ ଆଜି ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ। ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌ ରାଜ କୁମାର ସାହୁ ମାମଲାର ଶୁଣାଣି କରି ଜାମିନ ନାମଞ୍ଜୁର କରିଥିଲେ।

ସମ୍ବନ୍ଧିତ ଖବର