ରାଉରକେଲା: ୨ ପେଟ୍ରୋଲ-ଡିଜେଲ ଦୋକାନ ଭସ୍ମିଭୂତ

ରାଉରକେଲା: ଷ୍ଟିଲ ସିଟି ରାଉରକେଲାରେ ବୁଧବାର ଅଘଟଣ ଘଟିଛି। ବନ୍ଧମୁଣ୍ଡା ଡିଜେଲ କଲୋନିରେ ବେଆଇନ ଭାବରେ ପେଟ୍ରୋଲ ଏବଂ ଡିଜେଲ ରଖାଯାଇଥିବା ବେଳେ ୨ ଦୋକାନ ଜଳି ଭସ୍ମିଭୂତ ହୋଇଯାଇଛି। ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିବା ବେଳକୁ ଦୋକାନ ୨ଟି ସଂପୂର୍ଣ୍ଣ ରୂପେ ଜଳି ଯାଇଛି।

ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଅାଁକୁ ଆୟତ୍ତ କରିପାରି ନାହାନ୍ତି। ନିଅାଁ ଲିଭାଇବା ପାଇଁ ଆହୁରି ଅଧିକ ଗାଡ଼ି ଘଟଣାସ୍ଥଳକୁ ପହଞ୍ଚୁଛି।

ସମ୍ବନ୍ଧିତ ଖବର