ମଦ ଧରପଗଡ଼, ୩ ଗିରଫ

କଲେଇପୋଷ: ବଣାଇଁ ଉପଖଣ୍ଡ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୩ ଜଣଙ୍କୁ ଗିରଫ କରିବା ସହ ବହୁ ପରିମାଣରେ ଦେଶୀ ମଦ ଓ ପୋଚ ସହ ମଦ ରନ୍ଧା ସରଞ୍ଜାମ ଜବତ କରିଥିବା ଜଣାଯାଇଛି। ଦେଶୀ ମଦ ବିକ୍ରି ଅଭିଯୋଗରେ କୁଣ୍ଢେଇଡିହି ଗ୍ରାମର ଜିନିତ ଏକ୍କା, ଦ୍ରୌପଦୀ ଓରାମ, ଲୁହୁରାସାହିର ଚାରୁଆ ଏକ୍କାଙ୍କୁ ଗିରଫ କରାଯାଇଥିଲା। ଏହି ଚଢ଼ଉରେ ଅବକାରୀ ଇନ୍ସପେକ୍ଟର ପଦ୍ମଲୋଚନ ପ୍ରଧାନ, ନିରଞ୍ଜନ ନାଏକ, ପ୍ରମୋଦ ଚୌଧୁରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର