ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ୱାମୀ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବୁଡାଝରିଆ ଗ୍ରାମର ପଞ୍ଜିତ ଓରାମଙ୍କ ପତ୍ନୀ ଲଳିତା ଓରାମ(୨୨) ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପୁଅକୁ ବଞ୍ଚାଇବାକୁ ଯାଇ ଲିଳିତାଙ୍କ ପତି ପଞ୍ଜିତ ଓରାମ ନିଆଁରେ ପୋଡ଼ିହୋଇ ଗୁରୁତର ଆହତ ହୋଇଛନ୍ତି ।
ଘରୋଇ ସମସ୍ୟାରୁ ଆଜି ସକାଳେ ଲଳିତା ଓ ତାଙ୍କ ଶାଶୁଙ୍କ ମଧ୍ୟରେ ପାଟତୁଣ୍ଡ ଲାଗିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ପୂର୍ବାହ୍ନ ସାଢେ ୧୧ ବେଳେ ଲଳିତା ରୋଷେଇ ଘରକୁ ଯାଇ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲା । ସଞ୍ଜିତା ପାଖରେ ଦେଢ ବର୍ଷର ପୁଅ ସୁରଜ ଥିଲା। ଏହା ଦେଖି ସ୍ୱାମୀ ପୁଅକୁ ବଞ୍ଚାଇବାକୁ ଯାଇ ଗୁରୁତର ହୋଇଛନ୍ତି। ୩ ଜଣଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କାରାଯାଇଛି। ଲଳିତାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଆଇଜିଏଚ୍‌ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର