ନିଆଁ ଲଗାଇ ନବ ବିବାହିତାଙ୍କୁ ହତ୍ୟା

ସବଡ଼େଗା : ତଳସରା ଥାନା ଅନ୍ତର୍ଗତ ଘନପଡ଼ା ଗ୍ରାମର ଜଣେ ଯୁବକ ତାଙ୍କ ପତ୍ନୀଙ୍କୁ ନିଆଁରେ ପୋଡ଼ି ହତ୍ୟା କରିଛି। ପ୍ରେମ ବିବାହର ଦୁଇ ମାସ ନ ହେଉଣୁ ଯୁବକଙ୍କ ଏହି ଅମାନୁଷିକ କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ସ୍ୱାମୀକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

ଘନପଡ଼ା ଗ୍ରାମର ସୁମନ୍ତ ଛତ୍ରିଆ(୩୦) ନିଜ ପଡ଼ାର ପଦ୍ମିନୀ ବାଗ(୨୨)ଙ୍କୁ ପ୍ରେମ କରୁଥିଲେ। ତେବେ ଗତ ତିନି ମାସ ପୂର୍ବେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ପ୍ରେମ ବିଚ୍ଛେଦ ହୋଇଥିଲା। ପରେ ଉଭୟ ପକ୍ଷରୁ ବୁଝାମଣା ହେବାରୁ ଦୁହେଁ ପ୍ରେମ ବିବାହ କରିଥିଲେ। ପ୍ରେମ ବିବାହକୁ ଦୁଇ ମାସ ବିତି ନଥିବା ବେଳେ କୌଣସି କାରଣରୁ ଗତକାଲି ଅପରାହ୍‌ଣରେ ପଦ୍ମିନୀ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇଦେଇଥିଲେ। ଦେହରେ ନିଆଁ ଲାଗିବାରୁ ପଦ୍ମିନୀ ଚିତ୍କାର କରି ଘରୁ ବାହାରକୁ ଦୌଡ଼ି ଆସିଥିଲେ। ପାଟି ଶୁଣି ପଡ଼ୋଶୀ ମହିଳାମାନେ ଘଟଣାସ୍ଥଳରେ ପହଞ୍ଚି ପାଣି ଢାଳି ନିଆଁକୁ ଲିଭାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ନିଆଯାଇଥିଲା। ବୁର୍ଲାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର