କାଠ ବୋଝେଇ ଗାଡ଼ି ଜବତ, ୩ ଗିରଫ

ହେମଗିର: ହେମଗିର ରେଞ୍ଜ ଦାଘୋରା ସେକ୍ସନ ପୂର୍ଣ୍ଣା ଠାରେ ଆଜି ଭୋରରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଏକ କାଠ ଗଣ୍ଡି ବୋଝେଇ ଗାଡ଼ି କରାଯାଇଛି। ଏହା ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରୁ ଛତିଶଗଡ଼କୁ କଟା ଗଛ ଚୋରା ଚାଲାଣ ହେଉଥିବା ସୂଚନା ପାଇ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଅରୁଣ ମିଶ୍ର ହେମଗିର ରେଞ୍ଜ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଖବର ପାଇ ରେଞ୍ଜ ଅଧିକାରୀ ହବିରାମ ଚୌଧୁରୀ ସଦଳବଳ ଚଢ଼ଉ କରି ଛତିଶଗଡ଼ର ଏକ ଟାଟା ୨୦୭ ଗାଡ଼ି(ସିଜି ୧୨ଏସ୍‌ ୦୪୧୫)କୁ ଜବତ କରିଥିଲେ। ଏହା ସହିତ ଗାଡ଼ିରେ ଥିବା ରାୟଗଡ଼ ଅଂଚଳର ରୋନିତ ରାଏ(୨୩), ରାମୁ ବଞ୍ଜାରେ(୩୧) ଓ ସୁରେନ୍ଦ୍ର ସା(୨୯)ଙ୍କୁ ଗିରଫ କରିଥିଲେ। ଜବତ କାଠ ଗଣ୍ଡିର ଅନୁମାନିକ ମୂଲ୍ୟ ୧୫ହଜାର ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଏହି ଚଢ଼ଉରେ ଦାଘୋରା ବନପାଳ ପ୍ରଶାନ୍ତ ପଟେଲ, ବନରକ୍ଷୀ ସରୋଜ ପଟେଲ, ଦୋଳଗୋବିନ୍ଦ ପାଣିଗ୍ରାହୀ, କିର୍ତ୍ତୀରାମ ଭୋଇ, ସୁଶୀଲ ନାଏକ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର