ସାମାନ୍ୟ କଳହରୁ ଦୁଇ ଯୁବକଙ୍କୁ ହତ୍ୟା

ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ହତ୍ୟାକାଣ୍ଡ

କୁଆରମୁଣ୍ଡା/ସୁନ୍ଦରଗଡ଼ : ସାମାନ୍ୟ ଘଟଣାକୁ ନେଇ କଳହରୁ ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ଦୁଇଟି ହତ୍ୟାକାଣ୍ଡ ଘଟିଛି। ବୀରମିତ୍ରପୁର ଥାନା ଅନ୍ତର୍ଗତ କାଲୋସିହିରିଆ ଗ୍ରାମରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ବେଳେ ସଦର ଥାନା ଅନ୍ତର୍ଗତ କେନ୍ଦୁପଡ଼ାରେ ଜଣେ ଯୁବକଙ୍କ ମୁଣ୍ଡ ପଛପଟୁ ଆଘାତ ଦେଇ ହତ୍ୟା କରାଯାଇଛି।

ବୀରମିତ୍ରପୁର ଥାନା କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋସିହିରିଆ ଖଡ଼ିଆ ବସ୍ତିର ବିଲଙ୍ଗ ବାଖ୍‌ଲାଙ୍କ ପୁଅ ସମରା ବାଖ୍‌ଲା (୪୦)ଙ୍କ ଘର ଆଗରେ ତାଙ୍କ ବସ୍ତିର ବନସୁଖ ବାଗେ (୪୫) ଗୋରୁ ଚରାଉଥିଲେ। ଘର ସମ୍ମୁଖରେ ଗୋରୁ ନ ଚରାଇବାକୁ ସମରା କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବନସୁଖ ଏକ ଠେଙ୍ଗାରେ ସମରା ମୁଣ୍ଡରେ ଦୁଇଟି ଶକ୍ତ ପ୍ରହାର କରିବାରୁ ଘଟଣାସ୍ଥଳରେ ହିଁ ତାର ପ୍ରାଣବାୟୁ ଉଡ଼ି ଯାଇଥିଲା। ଗତକାଲି ପୂର୍ବାହ୍ନ ୧୦ଟା ବେଳେ ଏହି ଘଟଣା ଘଟିଥିଲେ ବି ଭୟରେ ପରିବାର ଲୋକେ କାହାକୁ କହିନଥିଲେ। ଆଜି ପୂର୍ବାହ୍ନରେ କୌଣସି ସୂତ୍ରରୁ ଖବର ପାଇ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝି ଓ କୁଆରମୁଣ୍ଡା ଫାଣ୍ଡି ଅଧିକାରୀ ମନୋଜ ନାଏକ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୁଲିସ ସ୍ଥାନୀୟ ଜଙ୍ଗଲରେ ଚଢଉ କରି ହତ୍ୟାକାରୀ ବନସୁଖଙ୍କୁ ଗିରଫ କରିଛି।

ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ କେନ୍ଦୁପଡାରେ ମହେନ୍ଦ୍ର ସି˚(୪୪)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମହେନ୍ଦ୍ରଙ୍କ ଘର ପଞ୍ଜାବ ରାଜ୍ୟରେ। ତେବେ ଗତ କିଛି ବର୍ଷ ହେଲା ସେ କେନ୍ଦୁପଡାରେ ରହି ଆସୁଥିଲେ। ଗତକାଲି ସ˚ଧୢାରେ କେନ୍ଦୁପଡାରେ ଲକ୍ଷ୍ମୀ ପୂଜା ଭସାଣୀ ଶୋଭାଯାତ୍ରା ବେଳେ କୌଣସି କଥାକୁ ନେଇ ମହେନ୍ଦ୍ରଙ୍କର ଅନ୍ୟ ଦୁଇ ୨ ଯୁବକଙ୍କ ମଧ୍ୟରେ କଥା କଟାକଟି ଓ ଠେଲାପେଲା ହୋଇଥିଲା ା ମହେନ୍ଦ୍ରଙ୍କୁ ଦୁଇ ଯୁବକ ମାଡପିଟ କରୁଥିବା ବେଳେ ସେ କ˚କ୍ରିଟ ରାସ୍ତା ରେ ପଡିଯାଇଥିଲେ ଏବ˚ ତାଙ୍କ ମୁଣ୍ତ ପଛପଟେ ଶକ୍ତ ଆଘାତ ଲାଗିଥିଲା ା ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲା ବେଳକୁ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ା ମୃତ ଯୁବକଙ୍କ ଶବ କୁ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ ମର୍ଗ ହାଉସରେ ରଖାଯାଇଛି। ପଞ୍ଜାବରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କୁ ଖବର ଦିଆଯାଇଛି। ଆକ୍ରମଣକାରୀଙ୍କ ସ୍ପଷ୍ଟ ପରିଚୟ ମିଳିନଥିବା ବେଳେ ପୁଲିସ ୨ଜଣଙ୍କୁ ସନ୍ଦେହରେ ଅଟକ ପଚରା ଉଚରା କରୁଛି।

ମା’ଙ୍କୁ ହତ୍ୟା କଲା ପୁଅ

ଜୟପାଟଣା : କଳାହାଣ୍ତି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ରେଙ୍ଗାଲପାଲି ପ˚ଚାୟତ ଅଧୀନରେ ଥିବା ତାଲପଦର ଗାଁରେ ରବିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ବୃଦ୍ଧା ସୁମନୀ ଶବର (୭୫)ଙ୍କୁ ତାଙ୍କ ସାନପୁଅ ଅର୍ଜୁନ ଶବର (୪୫) ଠେଙ୍ଗାରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ଶବକୁ ଅର୍ଜୁନ ନିଜେ ପୋଡ଼ିବା ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀଙ୍କଠାରୁ ଖବର ପାଇ ପୁଲିସ ଶବ ଜବତ କରିଛି। ଅଭିଯୁକ୍ତ ଅର୍ଜୁନଙ୍କୁ ଜୟପାଟଣା ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର