ଅଜଗର କବଳରୁ ବର୍ତ୍ତିଲେ ଯୁବକ

ବାଲିଶଙ୍କରା: ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତିଲେଇକାନି ପଞ୍ଚାୟତ ଭାଲୁମୁଣ୍ଡା ଗ୍ରାମର ଜନୈକ ଯୁବକ ଏକ ବିରାଟ ଅଜଗର ସାପ କବଳରୁ ବର୍ତ୍ତି ଯାଇଛନ୍ତି। ଘଟଣାରୁ ପ୍ରକାଶ ଯେ ସୋମବାର ସକାଳେ ଗ୍ରାମର ବିଶେଶ୍ୱର କୁଜୁର ନିଜ ବିଲରେ ଧାନ ବେଉଷଣ କରୁଥିଲେ। ପାଣି ଭିତରେ ଥିବା ଏକ ବଡ଼ ଅଜଗର ସାପ ହଠାତ ତାଙ୍କୁ ଦୁଇ ଗୋଡ଼କୁ ବାନ୍ଧି ପକାଇଥିଲା। ସାପଟି ତାଙ୍କ ଦୁଇ ଗୋଡ଼କୁ ଏମିତି ଜାବୁଡି ରଖିଥିଲାଯେ ବିଶେଶ୍ୱର କୁଆଡେ ଯାଇ ନ ପାରି ତଳେ ପଡ଼ି ରହିଥିଲେ ଓ ଜୀବନ ବିକଳରେ ପାଟି କରିଥିଲେ। ତାଙ୍କ ପାଟି ଶୁଣି ଅନ୍ୟ ବିଲରେ ବେଉଷଣ କରୁଥିବା ରମେଶ କୁଜୁର, ସୁଶୀଲ କୁଜୁର, ଉଦିତ କୁଜୁର, ଲଳିତ କୁଜୁର ଘଟଣାସ୍ଥଳକୁ ଦୌଡ଼ି ଆସି ସାପ କବଳରୁ ତାଙ୍କୁ ଉଦ୍ଧାର କରିଥିଲେ। ପରେ ଗାଁ ଲୋକେ ମିଳିତ ଭାବେ ଉକ୍ତ ବିରାଟକାୟ ଅଜଗରକୁ ନିକଟ ନଦୀରେ ଛାଡ଼ି ଦେଇଥିଲେ। ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର