ସୁରତ ଗାଡ଼ିର ମନମାନି: ଯୁବକଙ୍କୁ ମଧ୍ୟରାତିରେ ରାସ୍ତାରେ ଓହ୍ଲାଇଲା, ଚାଲି ଚାଲି ଗାଁରେ ପଶିଲେ

ଶେରଗଡ଼: ଗଞ୍ଜାମ ଜିଲ୍ଲାରେ ସୁରତ ଫେରନ୍ତାଙ୍କ ଯୋଗୁଁ କରୋନା ବ୍ୟାପୁଥିବାକୁ ନେଇ ଆତଙ୍କ ଆରମ୍ଭ ହୋଇଥିବା ବେଳେ ସୁରତରୁ ଯାତ୍ରୀ ଧରି ଆସୁଥିବା ମନମାନି ଯୋଗୁଁ କରୋନା ବଢିବା ପରିସ୍ଥିତି ଏଡାଇ ହେଉନି ରାସ୍ତା ସାରା ଯାତ୍ରୀଙ୍କୁ ଓହ୍ଲାଇଲା ଥିବା ଦେଖାଦେଇଛି । ଗତ ରାତିରେ ଗଞ୍ଜାମକୁ ଆସିଥିବା ଏକ ବସ ରାତି ପ୍ରାୟ ଏକ ଘଣ୍ଟ ସମୟରେ ଶେରଗଡ଼ ଅଞ୍ଚଳର ପାଖାପାଖି ୨୦ ଜଣ ଯୁବକଙ୍କୁ ଢଉଗାଁ ଛକରେ ଜୋର ଜବରଦସ୍ତ ଓଲାଇ ଦେଇଥିଲା । ସବୁ ଯୁବକ ରାତିରେ ଚାଲି ଚାଲି ଶେରଗଡ଼ ଆସି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ରହି ଯାଇଥିଲେ ।

ଏପରି ରାତିରେ ବୁଲିବା ସହ ପାଖରେ ଥିବା ନଳକୂଅରେ ଗାଧେଇଥିଲେ ମଧ୍ୟ ସକାଳୁ ସ୍ଥାନୀୟ ଲୋକ ଏହା ଦେଖିବା ପରେ ଭୟର ବାତାବରଣ ସୃଷ୍ଟି କରିଥିଲା । ପାଞ୍ଚ ଛଅ ଘଣ୍ଟା ଧରି ବ୍ଲକ ହେଡ଼କ୍ଵାଟରରେ ସୁରତ ଫେରନ୍ତା ବସି ରହିଥିଲେ ମଧ୍ୟ ପ୍ରଶାସନର ପଦକ୍ଷେପ ଶୂନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସ୍ଥାନୀୟ ଜନତା ପରେ ଶେରଗଡ଼ ସରପଞ୍ଚ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ ପରେ ସମସ୍ତଙ୍କୁ ସଙ୍ଗରୋଧ ଗୃହକୁ ନେଇଥିଲେ । ଏଥି ସହ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ବିଶୋଧିତ କରା ଯାଇଥିଲା ।

ସମ୍ବନ୍ଧିତ ଖବର