ଝାଡଖଣ୍ଡ ପୁଲିସ ନିକଟରେ ମାଓନେତା ସୁଧାକରନ୍‌ କଲା ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଜଣେ କୁଖ୍ୟାତ ମାଓବାଦୀ ସୋମବାର ଝାଡଖଣ୍ଡ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀ ନାମ ସୁଧାକରନ୍‌ । ସେ କନ୍ଦ୍ରୀୟ କମିଟିର ୫ଜଣ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ସଦସ୍ୟ ଥିଲା।

ସୂଚନାଯୋଗ୍ୟ, ଝାଡଖଣ୍ଡ ପୁଲିସ ନିକଟରେ ଆଜି ଅପରାହ୍ନରେ ସୁଧାକରନ୍‌ ଓ ତା’ର ପତ୍ନ ନିକିମା ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ସୁଧାକରନ୍‌ଙ୍କ ନାମରେ ୧କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ତା’ର ପତ୍ନୀଙ୍କ ନାମରେ ୨୫ଲକ୍ଷର ପୁରସ୍କାର ରାଶି ରହିଥିଲା। କୁଖ୍ୟାତ ମାଓବାଦୀ ସୁଧାକରନ୍‌ ଝାଡଖଣ୍ଡ ସମେତ ଛତିଶଗଡ଼ରେ ଅନେକ ମାଓ ହିଂସାକାଣ୍ଡରେ ସାମିଲ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର