ଅନୁଗୁଳ: ଟ୍ରକ୍‌ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ

 

ଅନୁଗୁଳ: ଆଜି ସକାଳେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ସାରଙ୍ଗପୁର ଗାଁ ନିକଟରେ ଏକ ଟ୍ରକ ଧକ୍କାରେ  ଜଣେ ଶିକ୍ଷକଙ୍କର ମୃତ୍ୟୁ ଘଟିଛି। ମୃତ ଶିକ୍ଷକଙ୍କ ନାମ ରଞ୍ଜନ ନନ୍ଦ ଓ ସେ ସ୍ଥାନୀୟ ଜଗନ୍ନାଥପୁର ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଅଞ୍ଚଳର ଶ୍ରୀ ନନ୍ଦ ଜଗନ୍ନାଥପୁର ବିଦ୍ୟାଳୟରେ ଶିକ୍ଷକତା କରନ୍ତି ଓ ସ୍ଥାନୀୟ ଶଙ୍କରପୁର ଗାଁରେ ଭଡ଼ା ଘର ନେଇ ରୁହନ୍ତି। ଆଜି ସକାଳେ ଶ୍ରୀ ନନ୍ଦ ନିଜ ଓଆର୧୯ଏଚ୍‌ ୨୪୪୭ ନମ୍ବର ବିଶିଷ୍ଟ  ବାଇକରେ ଯାଜପୁର ଯାଉଥିବା ବେଳେ ଏକ ଅଜଣା ଟ୍ରକ୍‌ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶ୍ରୀ ନନ୍ଦଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର