ରାୟଗଡ଼ା: ଟିକିରି ହାଇସ୍କୁଲ ସିଡି ରାସ୍ତା ଭୁଶୁଡି ୧୦ ଛାତ୍ରୀ ଗୁରୁତର

ରାୟଗଡ଼ା: ଟିକିରି ହାଇସ୍କୁଲ ସିଡି ରାସ୍ତା ଭୁଶୁଡ଼ିବାରୁ ଶୁକ୍ରବାର ୧୦ ଜଣ ଛାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ଛାତ୍ରୀ ମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ଟିକିରି ସରକାରୀ ହାଇସ୍କୁଲରେ ଛାତ୍ରୀମାନେ ସିଡିରେ ଛିଡ଼ା ହୋଇଥିଲେ। ଏହି ସମୟରେ ସିଡ଼ିର ଗୋଟିଏ ଭାଗ ଭୁଶୁଡ଼ି ପଡ଼ିଥିଲା। ଫଳରେ ଛାତ୍ରୀମାନେ ପଡ଼ିଯାଇଥିଲେ।

ସମ୍ବନ୍ଧିତ ଖବର

Comments are closed.