ପାଇକସାହି (ଅନୁଗୁଳ): ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ଥାନା ଅନ୍ତର୍ଗତ ପମ୍ପାସର ରେଞ୍ଜ ବଡ଼ଖେତା ଗ୍ରାମ ନିକଟରେ ଥିବା ଙ୍କୁରୁ ରିଜର୍ଭ ଜଙ୍ଗଲ ୫ ନମ୍ବର କମ୍ପାଟମେଣ୍ଟରେ ଶୁକ୍ରବାର ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି। ଖବରପାଇ ସାତକୋଶିଆ ଡିଏଫଓ ରାମ ସ୍ୱାମୀ ପି, ଏସିଏଫ ଶୁଭେନ୍ଦୁ ବେହେରା, ସରୋଜ ପଣ୍ଡା, ଗୌରୀ ପ୍ରସାଦ ରଥ, ପ୍ରାଣୀ ଚିକିତ୍ସକ ଡା. କିଶୋର କୁମାର ସାହୁ ଘଟଣାସ୍ଥଳକୁ ପହଂଚି ଥିଲେ।
ବନ ବିଭାଗର ଅଧିକାରୀମାନେ କହିଛନ୍ତି, ୧୦ ଦିନ ପୂର୍ବରୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏହାର ବୟସ ଆନୁମାନିକ ୧୦ ବର୍ଷ ହେବ। ସଂକ୍ରମଣ ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତୁର ଜଣାପଡ଼ିଛି। ମୃତଦେହ ପୋଷ୍ଟମର୍ଟମ ପରେ ପୋତି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/elephant-3.jpg)