କେନ୍ଦ୍ରାପଡ଼ା: ଡମ୍ପିଂ ୟାର୍ଡକୁ ବିରୋଧ କରି ଉତ୍ତେଜନା, ଫେରିଗଲା ଆବର୍ଜନା ବୋଝେଇ ଟ୍ରାକ୍ଟର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ହେଉଛି ଓଡ଼ିଶାର ସବୁଠାରୁ ପୁରୁଣା ପୌରସଂସ୍ଥା। ମାତ୍ର କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ବର୍ତ୍ତମାନ ସୁଦ୍ଧା କଠିନ ବଜ୍ୟବସ୍ତୁ ପରିଚାଳନା ପାଇଁ ଠୋସ ପଦକ୍ଷେପ ନିଆଯାଇ ନାହିଁ। ତେଣୁ ସହରର ଯେଉଁ ସ୍ଥାନରେ ସମଗ୍ର ସହରର ଅଳିଆ ଆବର୍ଜନା ପଡ଼ୁଛି ସେହି ଅଞ୍ଚଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଆସନ୍ତାକାଲି ପୌରପଳିକା ସ୍ୱାୟତ ଶାସନ ଦିବସ ପାଳନ କରିବାକୁ ଯାଉଥିବା ବେଳେ ଆଜି ପରପାଳିକାର ଡମ୍ପିଂ ୟାର୍ଡରେ ଆବର୍ଜନା ପକାଇ ଦେଇ ନାହାଁନ୍ତି ଅଞ୍ଚଳର ସ୍ଥାନୀୟ ମହିଳାମାନେ। ସେମାନେ ଠେଙ୍ଗାବାଡ଼ି ଧରି ଜଗି ରହିବା ଫଳରେ ଏହାକୁ ନେଇ ଉତ୍ତେଜନା ଦେଖଦେଇଛି।


ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ସହରରୁ ବାହାରୁ ଥିବା ଶହଶହ ଟନ୍‌ର କଠିନ ବଜ୍ୟବସ୍ତୁକୁ ପୌରସଂସ୍ଥା ପକ୍ଷରୁ ଏକ ଡମ୍ପିଂ ୟାର୍ଡ଼ରେ ସେହିଭଳି ଫିଙ୍ଗି ଦିଆଯାଉଛି।ଏଥିପାଇଁ ସେହି ଡମ୍ପିଂ ୟାର୍ଡ ଥିିବା ଅଞ୍ଚଳର ଲୋକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଆଜି ପୌରପାଳିକାର ଟ୍ରାକ୍ଟର ଅଳିଆ ଆବର୍ଜନା ଧରି ଡମ୍ପିଂ ୟାର୍ଡକୁ ଆସୁଥିବାବେଳେ ସ୍ଥାନୀୟ ଅଞ୍ଚଳର ମହିଳାମାନେ ଠେଙ୍ଗାବାଡ଼ିି ଧରି ଏହାକୁ ବିରୋଧ କରିବା ସହିତ ଟ୍ରାକ୍ଟରକୁ ଛାଡ଼ି ନ ଥିଲେ। ଶେଷର ବାଧ୍ୟ ହୋଇ ଅଳିଆନେଇ ଆସିଥିବା ଟ୍ରାକ୍ଟର ଏହାକୁ ଧରି ଫେରି ଯାଇଛି। ଆଗାମୀ ଦିନରେ ଏହିକୁ ନେଇ ପରିସ୍ଥିତି ଅଧିକ ଗୁରୁତର ହବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର