ସମ୍ବଲପୁର ଠେଲକୋପଡ଼ା ଡବଲ ମର୍ଡର ମାମଲା: ଉତ୍ତେଜନା, ରାସ୍ତାରୋକ

ସମ୍ବଲପୁର: ପୂର୍ବ ଶତୃତାକୁ କେନ୍ଦ୍ର କରି ସମ୍ବଲପୁର ଟାଉନ୍‌ ଥାନା ଅନ୍ତର୍ଗତ ଠେଲକୋପଡ଼ା  ଘଟିଥିବା ଡବଲ ମର୍ଡର ଘଟଣା ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ମହିଳା ପୁରୁଷମାନେ ନିରିହ ଯୁବକଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରି କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ। ତେବେ ପୁଲିସ ଘଟଣାସ୍ଥଳରେପହଞ୍ଚି ବୁଝାଶୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ସୂଚନାଯୋଗ୍ୟ ଯେ ଗତ ୩୧ ତାରିଖ  ସକାଳ ୮ଟା ବେଳେ  ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଗୋଟିଏ ଗୋଷ୍ଠୀର ସୁଜିତ ନାଗ୍‌ ନାମକ ଜଣେ ଯୁବକକୁ ଭୂଜାଲିରେ ହାଣି ପାଣ୍ଡବ ମୁଖୀ ଗୋଷ୍ଠୀର ଲୋକେ ହତ୍ୟା କରିଥିଲେ। ଏହାର ପ୍ରତିବାଦରେ ପଡ଼ାର ଲୋକେ ଉତ୍ତ୍ୟକ୍ତ ହୋଇ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ମୁଖୀଙ୍କ ଘରେ ନିଆଁ ଲଗାଇ ଦେଇଥିବା ବେଳେ ତାଙ୍କ ବଡ଼ଭାଇଙ୍କୁ ଘରୁ  ଟାଣି ଆଣି ପିଟିପିଟି ହତ୍ୟା କରିଥିଲେ। ସୁଜିତ ନାଗ ହତୃା ମାମଲାରେ ପୁଲିସ ପାଣ୍ଡବ ସହିତ ମୋଟ ୭ ଜଣଙ୍କୁ ଗିରଫ କରିଛି। ତେବେ ପାଣ୍ଡବ ମୁଖୀର ବଡ଼ଭାଇ ହତ୍ୟା ମାମଲାରେ ଗତକାଲି ରାତିରେ ପୁଲିସ ପଡ଼ାର କେତେଜଣ ଯୁବକଙ୍କୁ ଧରି ଥାନାକୁ ନେଇଛି।  ପୁଲିସ ଗତକାଲି ରାତିରେ ନିରିହ ଯୁବକଙ୍କୁ ଧରି ଥାନାକୁ ନେଇଥିବା ଅଭିଯୋଗ କରି ଲୋକେ ରାସ୍ତାରୋକ କରିଥିଲେ। ଏହାକୁ ନେଇ  ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର